ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଢେଙ୍କାନାଳ :- ଆଜି ଠାରୁ ଜିଲ୍ଲାରେ ଆଶା କର୍ମୀ ନିଜ ଗ୍ରାମ ମାନଙ୍କରେ ଘରକୁ ଘର ବୁଲି କୁଷ୍ଠ ସନ୍ଦେହଷ୍ପଦ ବ୍ୟକ୍ତି ଚିହ୍ନଟ ସର୍ଭେ କରିବେ । ଏହି ପ୍ରକିୟା ମାଧ୍ୟମରେ ସମ୍ପୁର୍ଣ୍ଣ ଗ୍ରାମକୁ ୩ ପ୍ରତି ମାସରେ ସମସ୍ତ କରିବେ ଏବଂ ପରିବାରର ପ୍ରତ୍ୟେକ ସଦସ୍ୟ ବର୍ଷକୁ ୪ ଥର ଦର୍ଶନ ମାଧ୍ୟମରେ ଆଶା ଦ୍ଵାରା ପରୀକ୍ଷଣ ହେବେ । ଯେକୌଣସି ବ୍ୟକ୍ତିଙ୍କର ଚର୍ମରେ ତମ୍ବାଳିଆ, ଫିକାଳିଆ, ମୋଟାଳିଆ , ଶୁଷ୍କ , ତେଲିଆ ଚକ୍ ଚକ୍ ଚିହ୍ନ ବା ଚକ୍ଷୁ ସମ୍ପୁର୍ଣ୍ଣ ବନ୍ଦ କରିବାରେ ଅସମର୍ଥ ,ହାତ ପାଦ ଝିମ୍ ଝିମ୍,ବଧିରା,ଦରଜ ବିହୀନ ଘା ଥିବ ଏବଂ ଦେହ ଓ କାନରେ ଗୁଳଗୁଳି ଦେଖା ଦେଉଥିବ ।
ଏହି ଚିହ୍ନ ବା ଲକ୍ଷଣ ଅନୁସାରେ କୁଷ୍ଠରୋଗୀଙ୍କୁ ଦୁଇ ପ୍ରକାର ଭେଦରେ (AB/MB) ଚିହ୍ନଟ କରି ୬ କିମ୍ବା ୧୨ ମାସ MDT ଔଷଧ ଦିଆଯାଏ । ଏହି ଔଷଧ ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଜାତା ରାଣୀ ମିଶ୍ରଙ୍କ ସହିତ ଡା ଜ୍ୟୋତଷ୍ ଚନ୍ଦ୍ର ମହାପାତ୍ର,ଡା ଗୁରୁ ପ୍ରସାଦ ଜେନା,ଡା ସୂର୍ଯ୍ୟ ନାରାୟଣ ଦତ୍ତ, ଶ୍ରୀମତୀ ଜୟନ୍ତୀ ଓ ଶ୍ରୀ ଉଦୟ ନାଥ ମାଝୀ ପ୍ରମୁଖ ଏବଂ ଗୋବିନ୍ଦପୁରର ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ)