ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ) ନି. ପ୍ର :- ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ରାଜପ୍ରାସାଦରେ ପହଞ୍ଚି ରାଜଜେମା କଲ୍ୟାଣୀ ଗଜପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଉପସ୍ଥିତ ସ୍ଥାନୀୟ ବୁଦ୍ଧିଜୀବୀ ପାରଳା ରାଜପ୍ରାସାଦର ଦୟନୀୟ ସ୍ଥିତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିପାଇଁ ମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ।















