ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ) ନି. ପ୍ର :- ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରରୁ ମୁଖ୍ୟ ଶ୍ରୀଜଗନ୍ନାଥ ମନ୍ଦିରକୁ ବିଜେ କରିଥିବା ବେଳେ ପାରଳାଖେମୁଣ୍ଡିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବାର୍ଷିକ ରଥଯାତ୍ରାର ସମାପନୀ ପର୍ବ ଭାବେ ପାଳିତ ଏହି ବାହୁଡ଼ା ଯାତ୍ରା ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା ।















