ବୋଲଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଗରଗୁଆଁ ପଞ୍ଚାୟତ ଅନ୍ତର୍ଗତ ଜରିପଡା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ବର୍ଷାପାଣି ଓ କାଦୁଅ ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଫଳରେ ଛାତ୍ରଛାତ୍ରୀଙ୍କ ଓ ୫ଖଣ୍ଡ ଗ୍ରାମବାସୀମାନେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମ ଭିତରକୁ ଥିବା ସିମେଣ୍ଟ କଂକ୍ରିଟ୍ ରାସ୍ତାରେ ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଖାଲୁଆ ରହିଛି ।

ଫଳରେ ଉକ୍ତ ଅଞ୍ଚଳରେ ବିଦ୍ୟାଳୟ ଫାଟକ ପର୍ଯ୍ୟନ୍ତ ବର୍ଷା ଓ ଦୁର୍ଷିତ ଜଳ ଜମି ରହୁଛି। ଦୀର୍ଘ ଦିନ ରାସ୍ତାରେ ପଙ୍କ, କାଦୁଅରେ ଭର୍ତ୍ତି ହେବା ସହିତ ଦୁର୍ଗନ୍ଧ ବାହାରୁଛି । ବର୍ଷା ଓ ଦୁର୍ଷିତ ଜଳ ନିଷ୍କାସନ ପାଇଁ ଡ୍ରେନ ନ ଥିବାରୁ ଓ ରାସ୍ତାଟି ଖାଲୁଆ ରହୁଥୁବାରୁ ପାଣି ରାସ୍ତା ମଧ୍ୟଭାଗରେ ଦୀର୍ଘଦିନ ପର୍ଯ୍ୟନ୍ତ ଜମି ରହୁଛି। ବୋଲଗଡ଼ ଗ୍ରାମ୍ୟ ଉର୍ନୟନ ବିଭାଗ ଅଧୀନରେ ରହୁଥିବା ଏହି ରାସ୍ତାଟି ମରାମତି ହୋଇନାହିଁ । ଲୋକେ ପ୍ରତିଦିନ ସାହିରୁ ଏହି କର୍ଦମାକ୍ତ ଏବଂ ଜଳ ଜମି ରହୁଥିବା ରାସ୍ତାରେ ଆସି ଯାତାୟାତ କରନ୍ତି ।















