ବାଲିଗୁଡା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ରବିବାର ଅପରାହ୍ନ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ମଧୁପଲ୍ଲୀ ଗାଁର ସୋମନାଥ ବେହେରାଦଳାଇ (୩୭) ।

ଖବର ପାଇ ଦୁର୍ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଥାନା ଅଧୂକାରୀ ସଂଗ୍ରାମ କେଶରୀ ଜେନା ସଦଳବଳ ପହଞ୍ଚି ଦୁର୍ଘଟଣାରେ ଆହତ ସୋମନାଥଙ୍କୁ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବିଷୟ ଥାନା ଅଧିକାରୀ କହିଛନ୍ତି । ସୂଚନା ଯେ, ସୋମନାଥ ଜଣେ ଭଲ କୃଷକ ସହ ନିଜ ଗ୍ରାମରେ ରହିଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଠିକା କର୍ମଚାରୀ ତଥା ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ ।

ସେ ରବିବାର କୌଣସି କାର୍ଯ୍ୟରେ ସିମନବାଡ଼ି ଆସି ନିଜ ଗାଁକୁ ଫେରିବା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା କିପରି ଘଟିଲା ସେନେଇ ଥାନାରେ ପରିବାର ଲୋକେ ପହଞ୍ଚି ଅଭିଯୋଗ କରିଛନ୍ତି । ପୋଲିସ ସୋମନାଥଙ୍କ ମୃତଦେହ ଏବଂ ଦୁର୍ଘଟଣା ହୋଇଥିବା ବାଇକ୍ ଜବତ କରି ଅଧୂକ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।