ବାଲିଗୁଡା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ, ଜୀବିକାର ବିକାଶ ଏବଂ ନିରନ୍ତର ସମାଜସେବା କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସେ “ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ–୨୦୨୬” ଅଧୀନରେ ‘ଦେଶୀ ଧାକଡ଼-ନୟୀ ପହଚାନ (Women Change maker)’ ସମ୍ମାନରେ ଭୂଷିତ ହୋଇଛନ୍ତି। ଚଳିତ ୧୦ ଜୁଲାଇ ୨୦୨୬ ରେ ମୁମ୍ବାଇ ସ୍ଥିତ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ପରିସରରେ ଆୟୋଜିତ ଏକ ସମାରୋହ ରେ Etherwire.Al ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।















