କଟକ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ସକାଳୁ ସକାଳୁ ଥରିଲା ବଙ୍ଗୋପସାଗର। ବଙ୍ଗୋପସାଗରରେ ଅନୁଭୂତ ହୋଇଛି ଏକ ମଧ୍ୟମ ଧରଣର ଭୂମିକମ୍ପ । ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହି ସୂଚନା ଦେଇଥିବା ବେଳେ ଓଡ଼ିଶାର SOA CEC ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ ମଧ୍ୟ ଏହାକୁ ନେଇ ଆଲର୍ଟ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ସମୁଦ୍ର ଭିତରେ ଭୂକମ୍ପ ହୋଇଥିଲେ ସୁଦ୍ଧା ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର କିଛି ଅଞ୍ଚଳରେ ମୃଦୁ ଝଟ୍କା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ତଥ୍ୟ ଅନୁଯାୟୀ, ଆଜି ଭୋର୍ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ସମୁଦ୍ର ଗର୍ଭରେ ଏହି ଭୂକମ୍ପନ ସୃଷ୍ଟି ହୋଇଥିଲା ।















