• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
July 8, 2026
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀବିହାର, ପୁରୀର ୪୬ତମ ପ୍ରତିଷ୍ଠା ଦିବସ ଆଜି ବିଶ୍ୱବିଦ୍ୟାଳୟ ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ବିଶ୍ୱବ୍ୟାପୀ ଗୁରୁତ୍ୱ, ଭାରତୀୟ ଜ୍ଞାନପରମ୍ପରାରେ ଏହାର ଅବଦାନ ଓ ସଂସ୍କୃତକୁ ସମସ୍ତ ଭାଷାର ଜନନୀ ବୋଲି କହି ଉଦବୋଧନ ଦେଇଥିଲେ। ସେ ରାମାୟଣ ଓ ମହାଭାରତରେ ବର୍ଣ୍ଣିତ ବ୍ରହ୍ମାସ୍ତ୍ର, ପୁଷ୍ପକ ବିମାନ ଭଳି ବିଭିନ୍ନ ବୈଜ୍ଞାନିକ ଓ ରହସ୍ୟମୟ ଧାରଣା ସଂସ୍କୃତ ସାହିତ୍ୟରେ ନିହିତ ରହିଥିବା ବିଷୟରେ ଆଲୋକପାତ କରିଥିଲେ ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ବିଶ୍ୱବିଦ୍ୟାଳୟର ଗୌରବମୟ ପରମ୍ପରା, ଶିକ୍ଷା, ଗବେଷଣା ଓ ସଂସ୍କୃତ ଭାଷାର ପ୍ରସାରରେ ଏହାର ଅବଦାନ ସମ୍ପର୍କରେ ଉପସ୍ଥାପନା କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ମଞ୍ଚରେ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ପୂର୍ବତନ କାର୍ଯ୍ୟବାହୀ କୁଳପତି ପ୍ରଫେସର ଦତ୍ତାତ୍ରେୟ ମୂର୍ତ୍ତି ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଉପସ୍ଥିତ ରହି ନିଜ ମତାମତ ପ୍ରକାଶ କରିଥିଲେ।

ଏହି ଅବସରରେ ସର୍ବଦର୍ଶନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅବସରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ଶ୍ରୀ ହରିହର ପ୍ରଧାନ, ଶ୍ରୀମତୀ ଶୋଭାବତୀ ମାନସିଂହ, ଶ୍ରୀମତୀ ସୁବର୍ଣ୍ଣା ମାରାଣ୍ଡି, ଶ୍ରୀ ସୁରେନ୍ଦ୍ର ବିଶୋଇ ଏବଂ ଶ୍ରୀ ଜଗନ୍ନାଥ ପାତ୍ରଙ୍କୁ କୁଳାଧିପତି ସମ୍ମାନିତ କରିଥିଲେ।କୁଳାଧିପତିଙ୍କ କରକମଳରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ‘ଶ୍ରୀବିହାରଭାରତୀ’ ଏବଂ ଗବେଷଣା ପତ୍ରିକା ‘ଜଗନ୍ନାଥଜ୍ୟୋତିଃ’ ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ବିଭିନ୍ନ ବିଭାଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ଜ୍ୟୋତିର୍ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ପ୍ରଦୀପ କୁମାର ଦାସ ଓ ପ୍ରେମାମଞ୍ଜରୀ ଦେବୀ ଛାତ୍ରବୃତ୍ତି ଏବଂ ନୀଳକଣ୍ଠ ଉଦଗାତା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ।

ଚଳିତବର୍ଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ (+୩) ପରୀକ୍ଷାରେ ସର୍ବାଧିକ ନମ୍ବର ହାସଲ କରିଥିବା ରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟର ବ୍ୟାକରଣ ବିଭାଗର ଛାତ୍ରୀ ସୁଶ୍ରୀ ମୋନାଲି ଆଚାର୍ଯ୍ୟଙ୍କୁ “ବଂଶୀଧର ଓ ବସନ୍ତମଞ୍ଜରୀ ସମ୍ମାନ” ପ୍ରଦାନ କରାଯାଇଥିଲା। ତତ୍ସହିତ ଶିକ୍ଷାଶାସ୍ତ୍ର ବିଭାଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା।ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍.) ପକ୍ଷରୁ ଶ୍ରୀ ଅନିଲ କୁମାର ମହାନ୍ତି ଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାସେବକ ଏବଂ ଶ୍ରୀମତୀ ସୁଜାତା ଦାସଙ୍କୁ ଶ୍ରେଷ୍ଠ ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ସମ୍ମାନିତ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଡ. ରାଧାକାନ୍ତ ପଣ୍ଡା ଏବଂ ଡ. ନିବେଦିତା କର ସଂଯୋଜନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର ମିଡିଆ ସେଲ୍‌ର ଡ. ସସ୍ମିତା ବନ୍ଦର ନାୟକ, ଡ. ସୁଶାନ୍ତ ଶତପଥୀଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ

ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ

July 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା

July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ

July 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version