No Result
View All Result
ବାଲିଗୁଡା (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଆଜକୁ ଦୀର୍ଘ ୫ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି l ଶୁଖିଥିବା ନଦୀ, ନାଳ, ପୋଖରୀ, କୂଅ ସବୁ ପରିପୂର୍ଣ୍ଣ ହୋଇ ବିପଦ ସଂକେତ ଆଡ଼କୁ ଗତି କଲାଣି,ଏହି ଲଗାଣ ବର୍ଷା ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି । ଲୋକେ ଘରୁ ବାହାରକୁ ବାହାରି କୌଣସି କାର୍ଯ୍ୟ କରିପାରୁନାହାନ୍ତି ।

ଚାଷୀଠାରୁ ଆରମ୍ଭ କରି ମଜୁରିଆ ସମସ୍ତେ ଘରେ ହାତବାନ୍ଧି ବସିଛନ୍ତି । କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗ ର ତଥ୍ୟ ଅନୁଯାୟୀ ରବିବାର ବାଲିଗୁଡା ରେ ୨୧୦ ମିଲି ମିଟର ବର୍ଷା ର ରେକର୍ଡ କରାଯାଇଥିବା ବେଳେ ଚକପାଦ ୨୦୪. ୬, ଦାରିଙ୍ଗିବାଡିରେ ୫୯, ଜି. ଉଦୟଗିରି ରେ ୨୨୦, କୋଟଗଡ଼ ରେ ୧୦୧, କ. ନୂଆଗାଁ ରେ ୧୬୦, ରାଇକିଆ ରେ ୧୯୦. ୬ ଟିକାବାଲି ରେ ୨୧୭, ଏବଂ ତୁମୁଡିବନ୍ଧ ରେ ୧୦୦. ୨ ମି.ମି.ବର୍ଷା ହୋଇଥିବା ରେକର୍ଡ କରାଯାଇଛି l
ବାଲିଗୁଡା ଟାଉନ ର ବସଷ୍ଟାଣ୍ଡ ଭିତରେ ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୋକାନ ଭିତରେ ପଶି ବହୁ ବ୍ୟବସାୟୀ ଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବସଷ୍ଟାଣ୍ଡ ନିକଟସ୍ତ ବୁଡ଼ାଗୁଡା ଯିବା ରାସ୍ତାରେ ଥିବା ଆଦର୍ଶ ପୁଷ୍କରିଣୀରେ ପ୍ରବଳ ବର୍ଷା ପାଣି ଆସି ଗୋଟିଏ ପାଖ ଗାର୍ଡ ୱାଲ ଧୋଇ ହୋଇ ଯିବାରୁ ରାସ୍ତା କୁ ପାଣି ଆସି ଥିଲା, ଯାହା ଫଳରେ ପାଣି କମିବା ପର୍ଯ୍ୟନ୍ତ ଯାତାୟାତ ବନ୍ଦ ହୋଇଥିଲା l ସେହିପରି ୫୯ ନଂ. ଜାତୀୟ ରାଜପଥ ର ଗଦରିଙ୍ଗିଆ ଘାଟି ନିକଟରେ ଶନିବାର ମଧ୍ୟ ରାତ୍ର ପରେ ପରେ ଏକ ବଡ଼ ଗଛ ଉପୁଡି ପଡିବାରୁ ଯାତାୟାତ ରେ ଘୋର ବ୍ୟାହତ ସୃଷ୍ଟି ହୋଇଥିଲା,
ଯାହା ଫଳରେ ରବିବାର ଦିନ ୧୦ ଘଣ୍ଟ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵ ରେ ଶତାଧିକ ଯାନବାହାନ ଅଟକି ରହି ଯାତ୍ରୀ ମାନେ ଜଙ୍ଗଲ ମଧ୍ୟରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଏତଦ ବ୍ୟତୀତ ଆଖ ପାଖ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବହୁ ବଡ଼ ବଡ଼ ଗଛ ଓ ଡାଳ ଭାଙ୍ଗି ବିଦ୍ୟୁତ ସେବା ମଧ୍ୟ ସମ୍ପୂର୍ଣ୍ଣ ଠପ ହେବା ଫଳରେ ବାଲିଗୁଡା ଓ ଆଖ ପାଖ ଅଞ୍ଚଳ ର ହଜାର ହଜାର ଉପଭୋକ୍ତା ଅନ୍ଧାରରେ ଥିବା ଜଣା ପଡିଛି l ଏହି ଲଗାଣ ବର୍ଷା ଯୋଗୁଁ ବାଲିଗୁଡ଼ା, କ. ନୂଆଗାଁ,
ରାଇକିଆ, କୋଟଗଡ଼, ଜି. ଉଦୟଗିରି ଏବଂ ତୁମୁଡ଼ିବନ୍ଧ, ଦାରିଙ୍ଗବାଡି, ଟିକାବାଲି, ଚକାପାଦ ଭଳି ବିଭିନ୍ନ ଅଞ୍ଚଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ, ଦୁର୍ଗମ ଅଞ୍ଚଳର କିଛି ଗ୍ରାମରେ ବିଦ୍ୟୁତ ସେବା ସାମାନ୍ୟ ବ୍ୟାଘାତ ଦେଖାଦେଇଛି । ୫ଦିନ ହେଲାଣି ଲଗାଣ ବର୍ଷା ଲାଗି ରହିବା ଫଳରେ ସୋଲାର ଦ୍ବାରା ଉଠାଜଳ ଯୋଗାଣ ସଂପୂର୍ଣ୍ଣ ଠପ ହୋଇଯାଇଛି । ଯାହା ଫଳରେ ଜିଲ୍ଲାର ୭୦ ପ୍ରତିଶତ ଗ୍ରାମରେ ଏହା ଉପରେ ନିର୍ଭର କରି ପାନୀୟ ଜଳ ବ୍ୟବହାର କରୁଥିବା ଜନସାଧାରଣ ବହୁତ ଅସୁବିଧା ରେ ପଡ଼ିଥିବା ଦେଖିବାକୁ ମିଳିଛି ।

No Result
View All Result