ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଡାବରର ଅଗ୍ରଣୀ ଇନ୍ଷ୍ଟାଂଟ ଏନର୍ଜି ଡ୍ରିଙ୍କ, ଡାବର ଗ୍ଲୁକୋଜ ପକ୍ଷରୁ ଯୁବ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମେଗା କ୍ୟାମ୍ପେନ ‘ଏନର୍ଜାଇଜ ଇଣ୍ଡିଆ’ର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ ଭାରତର ପ୍ରମୁଖ ସ୍ପୋର୍ଟସ ଏକାଡେମୀଗୁଡିକରେ ଯୁବ ଆଥ୍ଲେଟମାନଙ୍କୁ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ ସଚେତନ କରିବ । ଏହି କ୍ୟାମ୍ପେନର ଅଂଶଭାବେ ଡାବର ଗ୍ଳୁକୋଜ ନୀଳାଦ୍ରି ବିହାରସ୍ଥିତ ୟୁନିକର୍ଣ୍ଣ ସ୍କେଟିଙ୍ଗ କ୍ଲବ ଭୁବନେଶ୍ୱରଠାରେ ଶକ୍ତି ଓ ସାମର୍ଥ୍ୟ ପରିଚାଳନା ଉପରେ ଏକ ସ୍ୱତନ୍ତ୍ର ସଚେତନତା ଅଧିବେଶନ ପରିଚାଳନା କରାଯାଇଛି ।

ଉକ୍ତ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି ଅଧିବେଶନ କ୍ରୀଡାବିତମାନଙ୍କୁ ନିଜର ପ୍ରଦର୍ଶନ ଉନ୍ନତ କରିବା ଓ ନିଜର ସମ୍ପୂର୍ଣ୍ଣ କ୍ଷମତା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମୂଲ୍ୟବାନ ତଥ୍ୟ ଓ ରଣନୀତି ପ୍ରଦାନ କରିଛି । ଏହି ଅବସରରେ ଡାବର ପକ୍ଷରୁ ଏହି ଏକାଡେମୀର ଶୀର୍ଷ କ୍ରୀଡାବିତମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କ୍ୟାମ୍ପେନ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡର ହେଲ୍ଥ ସପ୍ଲିମେଂଟ୍ସ ବିଭାଗର ମାର୍କେଟିଂ ହେଡ ଅମିତ ଗର୍ଗ କହିଛନ୍ତି, “ଆମେ ଯୁବ କ୍ରୀଡାବିତଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ନିଜ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରିବା ପାଇଁ ଆମର ‘ଏନର୍ଜାଇଜ ଇଣ୍ଡିଆ’ କ୍ୟାମ୍ପେନ ଲଂଚ କରି ଖୁସି ଅନୁଭବ କରିଛୁ ।















