No Result
View All Result
ରଣପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାସ୍ଥିତି ଶ୍ରୀ ଜଗନ୍ନାଥ ଜୀୟୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗନ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ମହାପାତ୍ରଙ୍କ ମିଳିତ ଆବାହକତ୍ୱରେ ମନ୍ଦିର ପରିସରରେ ମହା ଆଡମ୍ବର ସହକାରେ ସ୍ନାନ ନୀତି ପାଳିତ ହୋଇଯାଇଅଛି l ମନ୍ଦିର ପରିସରସ୍ଥ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ବିଜେ କରାଯାଇଥିଲା। ସକାଳୁ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପ୍ରଥମେ ସୁଦର୍ଶନ, ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶତାଧିକ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନୀ ମଧ୍ୟରେ ପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ଅଣାଯାଇଥିଲା।

ଦିବ୍ୟ ସ୍ନାନ ନୀତି ଭକ୍ତିମୟ ପରିବଶରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା l ଏହି ଦୁର୍ଲଭ ଦୃଶ୍ୟର ସାକ୍ଷୀ ହେବା ପାଇଁ ସମଗ୍ର ମନ୍ଦିର ପରିସରରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କାହା ହାତରେ ତୁଳସୀ, କାହା ମୁହଁରେ ଜୟ ଜଗନ୍ନାଥର ଧ୍ୱନି ତ’ ଆଉ କାହା ଆଖିରେ ଭକ୍ତିର ଅଶ୍ରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ବହୁ ଦିନର ଅପେକ୍ଷା ପରେ ଆଜି ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ ।

ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ମନ୍ଦିର ପରିସର। ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନରେ ଭାବବିହ୍ୱଳ ହୋଇଉଠିଛି ସମଗ୍ର ରାଜସୁନାଖଳା ଅଞ୍ଚଳ । ଅପରାହ୍ନରେ ଠାକୁରଙ୍କ ଗଜାନନ ବେଶ, ଭୋଗ ଲାଗି, ସନ୍ଧ୍ୟା ଆଳତି ଓ ରାତ୍ରିରେ ମହାଆଳତି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ ! ଶତାଧିକ ଭକ୍ତ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଉତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପୁରୋହିତ ଗୌର ଚରଣ ମିଶ୍ର, ମନ୍ଦିର ପୂଜକ ଜୟନ୍ତ ମିଶ୍ର, ବଳଭଦ୍ର ରଣା,ନାରାୟଣ ରଣା ସମେତ ବ୍ରାହ୍ମଣ ସମାଜ, ପୂଜକ ମଣ୍ଡଳୀ ସ୍ନାନ ନୀତି ପରିଚାଳନା କରିଥିଲେ !

No Result
View All Result