ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ବାଲିଗୁଡ଼ା ଏନ୍ଏସିର ୧୨ ନମ୍ବର ୱାର୍ଡ କଲେଜ ଘାଟି ଉପରେ ରହିଛି, ବାଲିଗୁଡା ର ଉପକାରାଗାର । ଜେଲ୍ ପରିସରରୁ ଗାଧୁଆ ପାଣି ସହ ରୋଷେୟୀ ବାସକୁସନ ଧୁଆ, ହାତଧୁଆ ଆଦି ପାଣି ଜେଲ୍ କାନ୍ଥ ଦେଇ ବାହାରକୁ ଆସି ରାସ୍ତା ପାର୍ଶ୍ବରେ ପୋଖରୀ ସଦୃଶ ଜମାହୋଇ ଦୁର୍ଗନ୍ଧ ହେଉଛି । ଜେଲ ପଛପାଖରେ ଗୁଳିମରାପଦା ସାହି ରହିଛି । ପ୍ରାୟ ଦୁଇଶହରୁ ଅଧୂକ ପରିବାର ବସବାସ କରୁଥିବା ବେଳେ ଦୁର୍ଗନ୍ଧ ଯୋଗୁଁ କଲବଲ ହେଉଛନ୍ତି ।














