କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଶାର ଗଣପର୍ବ ରଜ ଲାଗି ସମଗ୍ର ଓଡ଼ିଶା ଉତ୍ସବ ମୁଖର ହୋଇପଡିଥୂବା ବେଳେ ଓଡ଼ିଶାର ଏହି ପରମ୍ପରା ସୁଦୂର ବାଙ୍ଗାଲୋର ସାର୍ଜାପୁରର ଏ. ଆର. ଏସ୍. ଗ୍ରୀନ୍ ଭିଲାରେ ପାଳିତ ହୋଇଯାଇଛି । ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ପରିବାର ପକ୍ଷରୁ ଏହି ରଜପର୍ବ ମହାସମାରୋହରେ ଏହି ଅଞ୍ଚଳ ରେ ବସବାସ କରୁଥିବା ଯୁବଗୋଷ୍ଠୀଙ୍କ ଦ୍ଵାରା ଆୟୋଜିତ କରାଯାଇଥିଲା । ଓଡିଶାର ସଂସ୍କୃତି , ପରମ୍ପରା ଓ ପର୍ବପର୍ବାଣୀ କୁ ଓଡ଼ିଶା ବାହାରେ ପାଳନ କରି ଓଡ଼ିଶାର ଅସ୍ମିତାକୁ ଉଜ୍ଜୀବିତ କରୁଥିବା ଉଦ୍ୟମ ପ୍ରକୃତରେ ଅଭିନନ୍ଦନୀୟ ।

ଏହି କାର୍ଯ୍ୟକ୍ରମ ରେ କଟକର ସାମାଜିକ ଅନୁଷ୍ଠାନ “ନୀଳଚକ୍ର” ର ମର୍କତନଗର ଶାଖାର ସଭାପତି ଶ୍ରୀ ମୁରଲୀଧର ଶତପଥି ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ପ୍ରବାସୀ ଓଡିଆମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସ୍ଥାନୀୟ ପ୍ରବାସୀ ଓଡ଼ିଆ ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ପୋଡପିଠା,ହୁଳହୁଳି, ମୁରୁଜ, ଓ ଶଙ୍ଖ ବାଦନ ଭଳି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।

ପିଲାମାନଙ୍କ ପାଇଁ ଦୋଳି,ପୁଚିଖେଳ ଭଳି ବିଭିନ୍ନ ଖେଳର ମଧ୍ଯ ଆୟୋଜନ କରାଯାଇଥିଲା । ଆଜିର ଯୁବଗୋଷ୍ଠୀ ପାଶ୍ଚାତ୍ୟ ସଭ୍ୟତା ପ୍ରତି ଆକୃଷ୍ଟ ହେଉଥିବା ବେଳେ ଓଡ଼ିଶା ବାହାରେ ଥିବା ଯୁବଗୋଷ୍ଠୀଙ୍କର ଏହି ପ୍ରୟାସ ପ୍ରଶଂସନୀୟ।କଳିଙ୍ଗ ପରିବାର ସମସ୍ତ କର୍ମକର୍ତ୍ତା ଓ ସଦସ୍ଯ ବୃନ୍ଦ ଶ୍ରୀ ଆଶିଷ କୁମାର ସାହୁ, ଶ୍ରୀ ଜେ.କେହେବେନ୍, ଶ୍ରୀ ଜ୍ୟୋତି ରଞ୍ଜନ ସାହୁ, ଶ୍ରୀ ସରୋଜ ସାହୁ, ଶ୍ରୀ ଆଶିଷ କୁମାର ଶ୍ରୀ ଜୀବନ ଜ୍ୟୋତି ମହାନ୍ତି ଓ ଶ୍ରୀ ସାହୁ, ଶ୍ରୀ ସତ୍ୟବାଦୀ ଶତପଥୀ ଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।














