ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ରଣପୁରବ୍ଲକ / ରିପୋର୍ଟ ଅଭିମନ୍ୟୁ :- ୨୯.୦୯.୨୦୨୦ ରିଖ ରେ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଙ୍କ ରଣପୁର ବ୍ଲକ ଏନେସି କୁ ଅଚାନକ ଗସ୍ତ କରିଥିଲେ ।
ରଣପୁର ଏନ୍.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିସି , ସ୍ଥାନୀୟ ତହସିଲଦାର୍, ରଣପୁର ପୋଲିସ ଷ୍ଟାଫ୍ ଉପସ୍ଥିତ ଥିଲେ । ସ୍ଥାୟୀ ଆହାର କେନ୍ଦ୍ର କରିବା ପାଇଁ ଏନ. ଏ. ସି. ର ବିଭିନ୍ନ ଜାଗା ବୁଲି ତଦାରଖ କରିବା ସହ ପରିବା ଦୋକାନୀ ମାନଙ୍କୁ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ପାଇଁ ସଚେତନ କରିଥିଲେ ଏବଂ କୋଭିଡ-୧୯ ନିୟମ କୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଥିଲେ ।
କୋର୍ଟ ପରିସରରେ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ କୁ ଗ୍ରହଣ କରିବା ସହ କିପରି ସମସ୍ୟାର ସମାଧାନ ହେଇପାରିବ ଜିଲ୍ଲାପାଳ ମହୋଦୟା ଉପସ୍ଥିତ ରହି ଆଲୋଚନା କରିଥିଲେ ।