ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ବିଲ୍ କୁ ନେଇ ମନ୍ତ୍ରୀ ଅରୁଣ ସାହୁ ଙ୍କ କଡ଼ା ପ୍ରତିକ୍ରିୟା

ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ବିଧାନସଭା ରେ ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ବିଲ୍ ଉପସ୍ଥାପିତ ହୋଇଥିଲା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ।

ସେ କହିଛନ୍ତି ବିଶ୍ୱବିଦ୍ୟାଳୟ ବିଲ୍ ଆସିଲେ ବିଶ୍ୱବିଦ୍ୟାଳୟ ର ଅଟୋନମି ର ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବ ନାହିଁ । ସବୁ ବିଶ୍ୱବିଦ୍ୟାଳୟ ୟୁନିଭରସିଟି ଆକ୍ଟ ଅନୁସାରେ ଚାଲିବ । ଏ ବିଲ୍ ରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ । ୩ ବର୍ଷରେ ରାଜ୍ୟ ସରକାର ୧୦୩୪ କୋଟି ଅନୁଦାନ ଦେଇଛନ୍ତି ।