No Result
View All Result
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗରୁଡ ଟ୍ରାଭେଲ୍ସ ପକ୍ଷରୁ ଭୁବନେଶ୍ୱର, କଟକ ଓ ରାଉରକେଲାକୁ ସଂଯୋଗ କରୁଥିବା ଏକ ପ୍ରିମିୟମ ସ୍ଲିପର ବସ୍ ସେବା ‘ଗରୁଡା ଏକ୍ସପ୍ରେସ’ର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟପ ନିକଟସ୍ଥ ଦୂର୍ଗା ମଣ୍ଡପଠାରେ ଆୟୋଜିତ ଏକ ସମାରୋହରେ ଏହି ବସ ସେବାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଛି । ଶ୍ରୀଯୁକ୍ତ ଦେବାଶିଷ ମିଶ୍ରଙ୍କ ଦ୍ୱାରା ସ୍ଥାପିତ ଗରୁଡ ଟ୍ରାଭେଲ୍ସ ବାଣିଜ୍ୟିକ ଯାନ ଓ ପରିବହନ ଋଣ କ୍ଷେତ୍ରରେ ଏକ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ଦ୍ୱାରା ସମର୍ଥିତ ।
ପରିବହନକାରୀ, ଫ୍ଲିଟ ମାଲିକ, ବସ୍ ଅପରେଟର ଓ ଗାଡି ମାଲିକଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟକରିଥିବା ଶ୍ରୀଯୁକ୍ତ ମିଶ୍ର ନିର୍ଭରଯୋଗ୍ୟତା, ଆରାମ, ସୁରକ୍ଷା ଓ ସେବା ଉତ୍କର୍ଷତା ଉପରେ ନିର୍ମିତ ଏକ ଯାତ୍ରୀ-କେନ୍ଦ୍ରିତ ଟ୍ରାଭେଲ ବ୍ରାଣ୍ଡ ନିର୍ମାଣ କରିବା ପାଇଁ ଏକ ସୁଯୋଗ ଚିହ୍ନଟ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି, “ଗରୁଡ ଟ୍ରାଭେଲ୍ସ ଓଡିଶା ପାଇଁ ଏକ ବିଶ୍ୱସନୀୟ ଟ୍ରାନ୍ସପୋର୍ଟେଶନ ବ୍ରାଣ୍ଡ ନିର୍ମାଣ କରିବା ସହ ଯାତ୍ରୀଙ୍କ ପାଇଁ ଏକ ଉତମ ଯାତ୍ରା ଅନୁଭୂତି ପ୍ରଦାନ କରିବାର ଏକ ଦୃଷ୍ଟିକୋଣରୁ ଜନ୍ମିତ ।”
ଏହି କମ୍ପାନୀ ବସ୍ ପରିଚାଳନା କ୍ଷେତ୍ରର ଜଣେ ଅଭିଜ୍ଞ ବ୍ୟକ୍ତି ଶ୍ରୀଯୁକ୍ତ ସଞ୍ଜୀବ ବିଶ୍ୱାଳଙ୍କ ସହ ସହଭାଗିତା କରିଛି, ଯାତ୍ରୀବାହୀ ପରିବହନ ସେବାକୁ ପରିଚାଳନା କରିବା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଏହି ନୂତନ ଭେଂଚରର ପରିଚାଳନା ଢାଂଚାକୁ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଗରୁଡ ଏକ୍ସପ୍ରେସ ଭୁବନେଶ୍ୱର-କଟକ-ରାଉରକେଲା ରୁଟରେ ଦୁଇଟି ପ୍ରିମିୟମ ସ୍ଲିପର କୋଚ୍ ସହିତ ନିଜର ପରିଚାଳନା ଆରମ୍ଭ କରିଛି ।

ସୁରକ୍ଷା, ଶୃଙ୍ଖଳା ଓ ଯାତ୍ରୀଙ୍କ ଆରାମର ଏକ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖି, କମ୍ପାନୀ ଧୀରେ ଧୀରେ ଓଡିଶା ଓ ପଡୋଶୀ ରାଜ୍ୟଗୁଡିକୁ ନିଜର ନେଟ୍ୱର୍କ ବିସ୍ତାର କରିବାକୁ ଯୋଜନା ରଖିଛି । ଗରୁଡ ଟ୍ରାଭେଲ୍ସ ଶିଳ୍ପ ଜ୍ଞାନ, ପରିଚାଳନାଗତ ଉତ୍କର୍ଷତା ଓ ଗ୍ରାହକ ସନ୍ତୁଷ୍ଟି ପ୍ରତି ଏକ ଦୃଢ ପ୍ରତିବଦ୍ଧତାକୁ ଏକତ୍ରିତ କରି ଅଂଚଳରେ ସଡକ ଯାତ୍ରାକୁ ପୁନଃପରିଭାଷିତ କରିବାକୁ ଲକ୍ଷ୍ୟ ରଖିଛି ।

No Result
View All Result