No Result
View All Result
କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗ୍ରାମୀଣ ସମୃଦ୍ଧି ଏବଂ ସ୍ଥାୟୀ କୃଷି ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଡାଲମିଆ ଭାରତ ଲିମିଟେଡ୍ର ସି.ଏସ.ଆର. ଶାଖା ‘ଡାଲମିଆ ଭାରତ ଫାଉଣ୍ଡେସନ୍’ ପକ୍ଷରୁ ତୃଣମୂଳ ସ୍ତରରେ କୃଷିର ଆଧୁନିକୀକରଣ ତଥା ଭିତ୍ତିଭୂମି ବିକାଶ ପାଇଁ କଟକର ୨୩ ଜଣ ଚାଷୀଙ୍କୁ ଜଳସେଚନ ଓ କୃଷି ସରଞ୍ଜାମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ସ୍ୱରୂପ, ଡାଲମିଆ ଭାରତ ଫାଉଣ୍ଡେସନ୍ ପକ୍ଷରୁ ୧୩ ଜଣ ଚାଷୀଙ୍କୁ ବ୍ୟାଟେରୀ ଚାଳିତ ସ୍ପ୍ରେୟର୍ ଏବଂ ଧାନ ଚାଷ କରୁଥିବା ୧୦ ଜଣ ଚାଷୀଙ୍କୁ ୨ ହର୍ସପାୱାର୍ ବିଶିଷ୍ଟ ପେଟ୍ରୋଲ ଚାଳିତ ମୋଟର୍ ପମ୍ପ ବଣ୍ଟନ କରାଯାଇଛି।

ଡାଲମିଆ ଭାରତ ଫାଉଣ୍ଡେସନ୍ ନିଜର ‘ଗ୍ରାମ ପରିବର୍ତ୍ତନ ପ୍ରକଳ୍ପ’ ଅଧୀନରେ ୨୦୨୩ ମସିହାରୁ ଚାଷୀମାନଙ୍କୁ ୨ ହର୍ସପାୱାର୍ ପେଟ୍ରୋଲ ଚାଳିତ ମୋଟର ପମ୍ପ ଏବଂ ସ୍ପ୍ରେୟର୍ ଯୋଗାଇ ସହଯୋଗ କରିଆସୁଛି, ଯାହାଦ୍ୱାରା ଏପର୍ଯ୍ୟନ୍ତ ୩୪୦ ଜଣ ଚାଷୀ ଉପକୃତ ହେଲେଣି । ଏହି କାର୍ଯ୍ୟକ୍ରମରେ କପିଳାସ ସିମେଣ୍ଟ ୱାର୍କସ୍ ୟୁନିଟ୍ ମୁଖ୍ୟ ଶ୍ରୀ ଦେବୀ ପ୍ରସାଦ ଦାସ ଏବଂ ପ୍ରଯୁକ୍ତି ବିଭାଗ ମୁଖ୍ୟ ଶ୍ରୀ ଜଗଦୀଶ ବାଲା ଯୋଗ ଦେବା ସହ ସ୍ଥାନୀୟ ସରପଞ୍ଚ, ଗ୍ରାମ୍ୟ ନେତୃବୃନ୍ଦ ଓ ଚାଷୀମାନଙ୍କୁ ଦୀର୍ଘକାଳୀନ ସମୃଦ୍ଧି ପାଇଁ ଉନ୍ନତ କୃଷି ପ୍ରଣାଳୀ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
କପିଳାସ ସିମେଣ୍ଟ ୱାର୍କସର ୟୁନିଟ୍ ମୁଖ୍ୟ ଶ୍ରୀ ଦେବୀ ପ୍ରସାଦ ଦାସ ଏହି ପ୍ରସଙ୍ଗରେ କହିଛନ୍ତି, ହଜାର ହଜାର ଗ୍ରାମୀଣ ପରିବାର ପାଇଁ କୃଷି ହେଉଛି ଆର୍ଥିକ ମେରୁଦଣ୍ଡ, କିନ୍ତୁ ମୌଳିକ ଭିତ୍ତିଭୂମିର ଅଭାବ ଯୋଗୁଁ ଅନେକ ଚାଷୀ ପାରମ୍ପରିକ ଚାଷ ମଧ୍ୟରେ ସୀମିତ ରହିଯାଉଛନ୍ତି । ଏଣୁ କୃଷି ସରଞ୍ଜାମ ପ୍ରଦାନ ମାଧ୍ୟମରେ ଏହା, କୃଷି କାର୍ଯ୍ୟକୁ ଅଧିକ ଦକ୍ଷ କରିବା ଏବଂ ତୃଣମୂଳ ସ୍ତରରେ ସ୍ଥାୟୀ ତଥା ଅଧିକ ଉତ୍ପାଦନକ୍ଷମ କୃଷି ପ୍ରଣାଳୀକୁ ସୁଦୃଢ଼ କରିବା ପାଇଁ ଆମର ଏକ ସୁଚିନ୍ତିତ ପ୍ରୟାସ ।
ଗ୍ରାମୀଣ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଆରମ୍ଭ ହୋଇଥିବା ଗ୍ରାମ ପରିବର୍ତ୍ତନ ପ୍ରକଳ୍ପ ମୁଖ୍ୟତଃ କୃଷି, ଜଳ ସଂରକ୍ଷଣ, ଦକ୍ଷତା ବିକାଶ, ଉଦ୍ୟାନ କୃଷି, ପଶୁପାଳନ ଏବଂ କ୍ଷୁଦ୍ର ଉଦ୍ୟୋଗ ଭଳି କ୍ଷେତ୍ରଗୁଡିକ ଉପରେ ଅଧିକ ଗୁରୁତ୍ୱାରୋପ କରିଥାଏ । ଆତ୍ମନିର୍ଭରଶୀଳ ଗ୍ରାମ ଗଠନକୁ ପ୍ରୋତ୍ସାହିତ କରି, ଏହି ପ୍ରକଳ୍ପ ଗ୍ରାମୀଣ ଭାରତରେ ଜୀବିକା ନିର୍ବାହକୁ ସୁଦୃଢ଼ କରିବା ସହ ଦୀର୍ଘକାଳୀନ ସାମୁଦାୟିକ ବିକାଶ ଧାରାକୁ ଆଗକୁ ବଢ଼ାଇବାର ଚେଷ୍ଟା ଜାରି ରଖିଛି ।

No Result
View All Result