ଖୋରଧା-ଜଟଣୀ (ଓଡ଼ିଶା ତାଜା ନିୟୁଜ)ନି ପ୍ର :- ଚାଲିଥିବା ଗ୍ରୀଷ୍ମକାଳୀନ ଛୁଟି ସମୟରେ ପିଲାମାନଙ୍କର ଶାରୀରିକ, ମାନସିକ ଓ ନୈତିକ ଦକ୍ଷତାର ବିକାଶ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧାରୋଡ୍ ଇଷ୍ଟକୋଷ୍ଟ ରେଳବାଇ କ୍ରୀଡ଼ା ସଂଘ ପକ୍ଷରୁ କ୍ରୀଡ଼ା କମ୍ପ୍ଲେକ୍ସ ଠାରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କ ସହ ସ୍ଥାନୀୟ ପିଲାମାନଙ୍କ ପାଇଁ ଏକ “ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିର-୨୦୨୬”ର ଆୟୋଜନ କରାଯାଉଛି । ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିରର ଉଦ୍ଘାଟନ ସହିତ ଖୋର୍ଦ୍ଧାରୋଡ୍ ଇଷ୍ଟକୋଷ୍ଟ ରେଳବାଇ କ୍ରୀଡ଼ା ସଂଘର କ୍ରିକେଟ୍ ଷ୍ଟାଡିୟମରେ ନୂତନ ଭାବେ ସ୍ଥାପନ କରାଯାଇଥିବା ଏକ ଡିଜିଟାଲ୍ ଏଲ୍ଇଡି କ୍ରିକେଟ୍ ସ୍କୋର ବୋର୍ଡ ମଧ୍ୟ ଉଦ୍ଘାଟିତ ହୋଇଯାଇଛି ।

ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ,ଖୋର୍ଦ୍ଧ ରୋଡ୍ ଇଷ୍ଟକୋଷ୍ଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ପ୍ରିୟଙ୍କା ଜୀଭାରାଜ୍, ଏଡିଆରଏମ୍ (ଅପରେସନ୍)ଶ୍ରୀ ପି.କେ.ବେହେରା, ଏଡିଆରଏମ୍ (ଇନଫ୍ରା)ଶ୍ରୀ ରାଜଧାରୀ ଯାଦବ,କ୍ରୀଡ଼ା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ୍ କୁମାର ଏସ୍.ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଏହି ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିର ଓ ଡିଜିଟାଲ୍ ଏଲ୍ଇଡି କ୍ରିକେଟ୍ ସ୍କୋର ବୋର୍ଡର ଉଦ୍ଘାଟନ କରିଛନ୍ତି ।
ଏହି ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିର ୨୦.୦୫.୨୦୨୬ ରୁ ୩୦.୦୫.୨୦୨୬ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ । ଏହି ଶିବିରରେ ୫ ବର୍ଷରୁ ଅଧିକ ବୟସର ପିଲାମାନେ ଟେବୁଲ୍ ଟେନିସ୍, ଭଲିବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ୍, ସନ୍ତରଣ ଏବଂ ଯୋଗ ଭଳି ବିଭିନ୍ନ କ୍ରୀଡ଼ା କାର୍ଯ୍ୟକଳାପରେ ଭାଗ ନେବେ । ଏହା ସହିତ “ଟେକ୍ୱାଣ୍ଡୋ” ସମରକଳା ମାଧ୍ୟମରେ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ ଏହା ସହିତ “ଟେକ୍ୱାଣ୍ଡୋ” ମାର୍ଶଲ ଆର୍ଟ ମାଧ୍ୟମରେ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ ।
ଏହି ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିରରେ ୬୦ ରୁ ଅଧିକ ପିଲା ଅଂଶଗ୍ରହଣ କରୁଛନ୍ତି । ଖୋର୍ଦ୍ଧା ରୋଡ୍ର କ୍ରୀଡ଼ା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ୍ କୁମାର ଏସ୍.ଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସାଧାରଣ ସମ୍ପାଦକ ମହମ୍ମଦ ଜାକିରୁଦ୍ଦିନ, ସହକାରୀ ସାଧାରଣ ସମ୍ପାଦକ ଶ୍ରୀ ଜେ.ଏସ୍.ପାତ୍ର ଏବଂ ସେମାନଙ୍କ ଦଳର ସଦସ୍ୟମାନେ ଶିବିରର ବିଭିନ୍ନ କାର୍ଯ୍ୟକ୍ରମ ଓ ଗତିବିଧିକୁ ସଫଳତାର ସହ ସଂଯୋଜନା ଓ ପରିଚାଳନା କରୁଛନ୍ତି ।














