No Result
View All Result
ବାଲିପାଟଣା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଛାତ୍ର ଆଗାମୀ ୨୦୪୭ ମସିହାରେ ବିକଶିତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ ପାଇଁ ସେମାନେ ନିଜକୁ ପ୍ରସ୍ତୁତ କରିବାକୁ ହେବ ବୋଲି ଆଜି ବାଲିପାଟଣା ଠାରେ ଆୟୋଜିତ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ୍ ପ୍ରଭାତ କୁମାର ରଥଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ ଯୋଗଦେଇ କହିଥିଲେ ଯେ ପିଲାମାନେ ନିଜର ଲକ୍ଷ ସ୍ଥିର କରି ବର୍ତ୍ତମାନର ଏ ଆଇ ଶିକ୍ଷାପଦ୍ଧତି ମାଧ୍ୟମରେ ନିଜକୁ ଉପସ୍ଥାପିତ କରିବାର କୌଶଳ ଜାଣିବା ଦରକାର। ସ୍ୱତନ୍ତ୍ର ଅତିଥି ସାରଦା ପ୍ରସାଦ ଶତପଥୀ କହିଥିଲେ ଯେ ଶିକ୍ଷାକୁ ବର୍ତ୍ତମାନର ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହି ସୁଯୋଗକୁ ସଠିକ୍ ଉପଯୋଗ କରିବା ଆବଶ୍ୟକ।

ଅନ୍ଯ ମାନଙ୍କ ମଧ୍ୟରେ ବାଲିପାଟଣା ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା,ଶିକ୍ଷକ ନେତା ବିଜୟ କୁମାର ବେହେରା,ପ୍ରଭାକର ମଲ୍ଲିକ,ଦୀନକୃଷ୍ଣ ସାହୁ,ଶରତ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଧାନଶିକ୍ଷୟିତ୍ରୀ ସୁଷମା ରାଣୀ ମହାପାତ୍ର, ସତ୍ୟଭାମା ଦାଶ, ଏ ବି ଇ ଓ ବିଜୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ପ୍ରଥମ ହୋଇଥିବା ଅଂଶୁମାନ ଦାସଙ୍କ ସମେତ ଏ ୱାନ ପାଇଥିବା ସମସ୍ତ ୮ ଜଣ,

ଏ ଟୁ ରେ ଉତ୍ତୀର୍ଣ୍ଣ ୫୪ ଜଣ ଓ ତୃତୀୟ,ପଞ୍ଚମରେ ବୃତ୍ତି ପାଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏ ବି ଇ ଓ ଯଶୋଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ବହୁ ଛାତ୍ର ଛାତ୍ରୀ,ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ,ସି ଆର୍ ସି ସି ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ମମିତା ଦଳାଇ ଓ ରମାରଞ୍ଜନ ଦାସ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ।

No Result
View All Result