ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୃତ୍ୟାନ୍ତର ଓଡିଶୀ ଗ୍ରୁପର ଓଡିଆ ନୃତ୍ୟଶିଳ୍ପୀ ଅଞ୍ଜେଲିନା ଦକ୍ଷିଣ କୋରିଆର ସିଓଲରେ ଆୟୋଜିତ ‘ଇଣ୍ଡିଆ ଡେ ୨୦୨୬’ ଉତ୍ସବରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମଟି ସିଓଲସ୍ଥିତ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ଓଡିଶୀ ଦଳରେ ଆଶ୍ୱାସନା, ଅଞ୍ଜେଲିନା, ଶ୍ରେୟାଶୀ ଏବଂ ୫ ବର୍ଷୀୟା ଛୋଟ ଶିଳ୍ପୀ ମିହିକା ମାହନୂର ଅନ୍ତର୍ଭୁକ୍ତ ଥିଲେ । ନୀଳ ଆକାଶ ତଳେ ହାନ୍ ନଦୀ କୂଳରେ ସେମାନଙ୍କର ମନୋମୋହନୀୟ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଥିଲା ।















