ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଭୁବନେଶ୍ୱର :- ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଜଣ ଚିହ୍ନଟ ହୋଇଥିଲେ, ଆଜି ଆଉ ୧୨ ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ ବି ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ୧୨ ଜଣ ମନ୍ତ୍ରୀ, ବିଧାୟକ ପଜିଟିଭ ଚିହ୍ନଟ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପ୍ରକାଶ ପାଇଛି । ଗତକାଲି ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପଜିଟିଭ ଚିହ୍ନଟ ହୋଇଥିଲେ । ଆସନ୍ତାକାଲିଠାରୁ ବିଧାନସଭା ଆରମ୍ଭ ହେଉଥିଲା ବେଳେ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ସାମ୍ବାଦିକମାନଙ୍କର କରୋନା ପରୀକ୍ଷା ହୋଇଥିଲା । ପ୍ରଥମ ଦିନ ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କର ପଜିଟିଭ୍ ବାହାରିଥିଲା । ଦ୍ୱିତୀୟ ଦିନର ପରୀକ୍ଷାରୁ ପଜିଟିଭ୍ ଙ୍କ ମଧ୍ୟରେ ଅଛନ୍ତି ୧୨ ମନ୍ତ୍ରୀ ଓ ବିଧାୟକ ।