ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଆଜିଠାରୁ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟ (ଇଜିଆର) ସେଗ୍ମେଂଟରେ ଲାଇଭ୍ ଟ୍ରେଡିଂ ଆରମ୍ଭ କରାଯାଇଛି । ଗତ ଶନିବାର, ମେ’ ୧୬ ତାରିଖରେ ୨୦୨୬ରେ ଏକ ବିସ୍ତୃତ ମକ୍ ଟ୍ରେଡିଂ କରାଯିବା ପରେ ଆଜି ଏହାର ଔପଚାରିକ ଶୁଭାରମ୍ଭ କରାଯାଇଛି । ମକ୍ ଟ୍ରେଡିଂ ବିନା କୌଣସି ତ୍ରୁଟି କିମ୍ବା ସିଷ୍ଟମ ବିଫଳତାରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା ।














