No Result
View All Result
ଚିଲିକା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚିଲିକା ବ୍ଲକ ଅନ୍ତର୍ଗତ ବଉଳବନ୍ଧ ମଙ୍ଗରାଜପୁର ସାହି ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ଗତ ମ୍ୟାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ବଉଳବନ୍ଧର ଛାତ୍ର ଦିବ୍ୟଜ୍ୟୋତି ଘଡେଇଙ୍କୁ ସମ୍ମାନିତ କରାଯାଇଛି।ସମିତିର ସଭାପତି ସୁବାସ ଚନ୍ଦ୍ର ନାୟକ ଓ ସମ୍ପାଦକ ବୃନ୍ଦାବନ ମହାରଣାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବଚିକା ବାସନ୍ତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଶିକ୍ଷାର୍ଥୀ ଦ୍ୱୟଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ । ପରିଶେଷରେ ଅନୁଷ୍ଠାନର ଉପଦେଷ୍ଟା ନିରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।






No Result
View All Result