• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

Proprietor Abhimanyu Maharana by Proprietor Abhimanyu Maharana
May 16, 2026
in ଓଡ଼ିଶା, ଗଞ୍ଜାମ, ହୋମ୍
0
ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍
Share on FacebookShare on TwitterWhatsapp

* ରୋଜଗାରକ୍ଷମ ହେଉଛନ୍ତି ମହିଳା, ୮୯ ଲକ୍ଷ ଟଙ୍କାର ବ୍ୟବସାୟ
* ଜୈବିକ ପ୍ରଣାଳୀରେ ଚାଷ ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବିତ କରୁଛି
* ମହିଳାଙ୍କ ଆୟ, ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ

ବ୍ରହ୍ମପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଭାରତର ଗ୍ରାମାଞ୍ଚଳରେ ମିଲେଟ୍ ଦୀର୍ଘ ଦିନ ଧରି ପୋଷଣ ଓ ଜୀବିକାର ପ୍ରତୀକ ହୋଇ ରହିଆସିଛି । ଅନେକ ଜନଜାତି ଓ କୃଷକ ସଂପ୍ରଦାୟ ଏହାକୁ କେବଳ ଏକ ଶସ୍ୟ ନୁହେଁ, ବରଂ ସେମାନଙ୍କର ଅଭିନ୍ନ ଜୀବନଶୈଳୀ ଭାବେ ଆପଣାଇଛନ୍ତି । ଏଣୁ ଜନଜାତି ବର୍ଗଙ୍କର ଏହି ଶସ୍ୟ ପରମ୍ପରାକୁ ପ୍ରେରଣା ଯୋଗାଇବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ମିଲେଟ୍ ଚାଷ ନିମନ୍ତେ ଜନଜାତି ମହିଳାମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ଯାହା ଧିରେ ଧିରେ ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରୁଥିବା ଦେଖାଯାଉଛି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ୧୩ଟି ଗ୍ରାମ ଯେପରି, ଦାଦିଆପଦର, ଘୁମାରବେଡ଼ା, ବନଗୁଡ଼ା, ଉଦୁଲୁଗୁଡ଼ା, କାଙ୍ଗରପାର, ରଙ୍ଗାନିଗୁଡ଼ା, ମିନାରବାଲି, ସାପଗୁଡ଼ା, କେନ୍ଦୁଗୁଡ଼ା, ଗତଗୁଡ଼ା, ଗୁମ୍ମା, ଭେଜାଗୁଡ଼ା ଓ ମାଝିଗୁଡ଼ାରେ କମ୍ପାନୀ ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିପାରିଛି । ମହିଳା ଚାଷୀମାନଙ୍କୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରି କମ୍ପାନୀ ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବିତ କରୁଛି ।

ଜୈବିକ ପଦ୍ଧତି, ପ୍ରଶିକ୍ଷଣ, ଓ ବଜାର ସହାୟତାରେ ପାରମ୍ପରିକ ଫସଲକୁ ଅଗ୍ରାଧିକାର ଦିଆଯାଉଛି । ଦାଦିଆପଦରର ଜଣେ ମହିଳା ଚାଷୀ, ନୀଳବତୀ ପରଜା ଟିପିଏସ୍ଓଡିଏଲର ପ୍ରଶଂସା କରି କହିଛନ୍ତି ଯେ, ” ଆମେ ମାଣ୍ଡିଆ ଚାଷ ବହୁ ବର୍ଷରୁ କରିଆସୁଛୁ । ହେଲେ ଏହା ଏତେ ଲାଭଦାୟକ ହୋଇପାରିବ ତାହା ବିଶ୍ୱାସ ନଥିଲା । ଜୈବିକ ପଦ୍ଧତିରେ ଚାଷ, ପ୍ରଶିକ୍ଷଣ ଓ ବଜାର ସହାୟତା କାରଣରୁ ଆମେ ଅଧିକ ଅର୍ଥ ଉପାର୍ଜନ କରିପାରୁଛୁ ।”

ଟିପିଏସ୍ଓଡିଏଲ୍ ଓ ଏହାର ତୃଣମୂଳ ସ୍ତରର ସହଯୋଗୀ ‘ପ୍ରଗତି’ର ସହାୟତାରେ ପ୍ରାୟ ୫୦୦ ମହିଳା ଚାଷୀ ଜୈବିକ ଓ ଉନ୍ନତ କୃଷି ପ୍ରଣାଳୀ ବ୍ୟବହାର କରି ପ୍ରାୟ ୨୫୦ ଏକର ଜମିରେ ମିଲେଟ୍ ଚାଷ କରିଥିଲେ । ମାଣ୍ଡିଆ ମଞ୍ଜି, ପ୍ରାକୃତିକ ସାର, ଯନ୍ତ୍ରପାତି ଓ ସ୍ଥାନୀୟ ଭାବେ ଉପଲବ୍ଧ ସମ୍ୱଳକୁ ବ୍ୟବହାର କରି କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଯାହାଫଳରେ କମ୍ପାନୀକୁ ଉଲ୍ଲେଖନୀୟ ସଫଳତା ମିଳିଛି । କ୍ୱିଣ୍ଟାଲ ପିଛା ଅମଳ ପୂର୍ବରୁ ୪ କ୍ୱିଣ୍ଟାଲ୍ ରହିଥିବା ବେଳେ ତାହା ୯ କ୍ୱିଣ୍ଟାଲ୍ ଅତିକ୍ରମ କରିଛି । ସମୁଦାୟ ୩ ହଜାର ୬୭ କ୍ୱିଣ୍ଟାଲ ଶସ୍ୟ ଅମଳ ହୋଇଛି ।

୫୦୦ ମହିଳାଙ୍କ ମଧ୍ୟରୁ ୧୩୧ ଜଣ ମହିଳା ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାରୀ ମଣ୍ଡିରେ ମାଣ୍ଡିଆ ବିକ୍ରି କରି ୮୯ ଲକ୍ଷରୁ ଅଧିକ ଟଙ୍କା ଆୟ କରିଛନ୍ତି । କମ୍ପାନୀ ସେମାନଙ୍କୁ ଏକ୍ଷେତ୍ରରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲା ଯାହାଫଳରେ ବିନା ମଧ୍ୟସ୍ଥିରେ ସିଧାସଳଖ ଲାଭ ମହିଳା ଚାଷୀମାନଙ୍କ ନିକଟରେ ପହଞ୍ଚିପାରିଛି । ଧିରେ ଧିରେ ଅଧିକ ସଂଖ୍ୟକ ମହିଳାମାନେ ଟିପିଏସ୍ଓଡିଏଲର ଏହି ଉଦ୍ୟମ ସହ ଯୋଡ଼ି ହେବାକୁ ଆଗ୍ରହ ଦେଖାଉଛନ୍ତି ।

ସ୍ଥାୟୀ ଅଭିବୃଦ୍ଧି ଓ ବଜାର ଶକ୍ତି ସୁନିଶ୍ଚିତ କରିବା ନିମନ୍ତେ ୨୫୨ ଜଣ ମହିଳାଙ୍କୁ ଜୈବିକ ଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ଅଂଶୀଦାର କରାଯାଇଛି । ଯାହା ଫଳରେ ଚାଷୀମାନେ ଶସ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରିପାରୁଛନ୍ତି । ଏହାସହ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ ମଧ୍ୟ ସ୍ଥାପନ କରାଯାଇଛି । ଶସ୍ୟକୁ ପାଉଡରରେ ପରିଣତ କରି ପ୍ୟାକେଜିଂ କରି ବିକ୍ରି କରାଯାଉଛି । ଏଥିନିମନ୍ତେ କମ୍ପାନୀ ଡସ୍କିଂ, ଗ୍ରାଇଣ୍ଡିଂ ଓ ପ୍ୟାକେଜିଂ ମେସିନର ବ୍ୟବସ୍ଥା କରିଛି ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଆମର ଭୂମିକା କେବଳ ବିଦ୍ୟୁତ ଯୋଗାଣରେ ସୀମିତ ନୁହେଁ । ଉପଭୋକ୍ତା ସଂପ୍ରଦାୟକୁ ସଶକ୍ତ କରିବା ଦିଗରେ ଆମେ ସଦା ପ୍ରଚେଷ୍ଟାରତ । ମହିଳା ଚାଷୀମାନଙ୍କୁ ସଠିକ ଉପକରଣ ଓ ସୁଯୋଗ ପ୍ରଦାନ କରାଯିବା ଦ୍ୱାରା ସେମାନଙ୍କ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆସିବା ସହ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ବଳ ମିଳୁଛି ।”

ଜାତୀୟ ସ୍ତରରେ ମିଲେଟ୍ ତଥା ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଟିପିଏସ୍ଓଡିଏଲ୍ ନିଜ କାର୍ଯ୍ୟକ୍ଷେତ୍ର ମଧ୍ୟରେ ମହିଳାମାନଙ୍କୁ ସହାୟତା ପ୍ରଦାନ ପୂର୍ବରୁ ମିଲେଟ୍ ଚାଷକୁ ଆଗକୁ ବଢ଼ାଉଛି । ସ୍ଥାନୀୟ ପରମ୍ପରାକୁ ସ୍ଥାନୀୟ ଜ୍ଞାନ ଓ ସମ୍ୱଳର ବିନିଯୋଗରେ ଜୀବିକା ସୃଷ୍ଟି କରିବା ଦିଗରେ କମ୍ପାନୀ ନିଜର ପ୍ରୟାସ ଜାରି ରଖିଛି ।

ଦୋରାଗୁଡ଼ା ପଞ୍ଚାୟତର ମହିଳାମାନଙ୍କର କୃଷି ଉଦ୍ୟୋଗର ଏହି ଯାତ୍ରା ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରୁଛି, ମହିଳାଙ୍କ ନେତୃତ୍ୱରେ ସଂପ୍ରଦାୟର ସାର୍ବଙ୍ଗୀନ ବିକାଶ ଗ୍ରାମୀଣ ଅର୍ଥନୀତିର ରୂପରେଖକୁ ବଦଳାଉଛି । ଟିପିଏସ୍ଓଡିଏଲ୍ ମହିଳାଙ୍କୁ ସମ୍ମାନ ଓ ସୁଯୋଗ ପ୍ରଦାନ ପୂର୍ବକ ସେମାନଙ୍କ ଜୀବନକୁ ଆଲୋକିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

September 6, 2026
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ

ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ

September 6, 2026
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ

September 6, 2026
ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ

ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ

September 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

September 6, 2026
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ

ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ

September 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version