ଗୋପ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭାରତୀୟ ଜନତା ପାର୍ଟି (ବିଜେପି) ଉଚ୍ଚ ନେତୃତ୍ଵଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଓ ମଜଭୁତ କରିବା ଲକ୍ଷ୍ୟରେ ଗୋପ ବ୍ଲକରେ ଏକ ଗୁରୁତ୍ଵପୂର୍ଣ୍ଣ ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ସଙ୍କଳ୍ପ ପତ୍ର ଗୃହୀତ ହୋଇଛି ।















