No Result
View All Result
କଟକ ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ର ପୁରାତନ ହାଇସ୍କୁଲ ଚୈ।ଧୁରୀ ବଜାର ର ମ୍ୟୁନିସିପାଲ ମଡେଲ ହାଇସ୍କୁଲ ର ଛାତ୍ର ବତ୍ସଳ, ମିଷ୍ଟଭାଷୀ ଶିକ୍ଷକ ଡଃ ସୁମନ୍ ସାର୍ ଙ୍କର ସେବା ନିବୃତ ସଭା ଓ ସ୍ମରଣୀକା ” ସ୍ବର୍ଣ୍ଣିମ ସୁମନ” ର ଉନ୍ମୋଚନ ଉତ୍ସବ ମହାସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କଟକ ଟାଉନ ହଲ ଆର୍ଟ ଗ୍ୟାଲେରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଟକ ମହାନଗର ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଅନ୍ୟ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ସୁଧାଂଶୁ ଶେଖର ପାତ୍ର,ଉପ-ନିର୍ଦ୍ଦେଶକ, ଶିକ୍ଷା ବିଭାଗ, ଓଡ଼ିଶା, ଶ୍ରୀ ସୁଶୀଲ କୁମାର ବେହେରା,ଡେସ୍କ ଅଫିସର, ଓଡ଼ିଶା ସଚିବାଳୟ, ଭୁବନେଶ୍ୱର, ଶିକ୍ଷାବିତ୍ ଶ୍ରୀ ଅକ୍ଷୟ କୁମାର ଷଡଙ୍ଗୀ, ଶ୍ରୀ ବନମାଳୀ ସାହୁ, ମୂଖ୍ୟ ସମ୍ପାଦକ, ହିନ୍ଦୀ ଶିକ୍ଷକ ସଂଘ, ଓଡ଼ିଶା, ଶ୍ରୀ ଅରୁଣ କୁମାର ବଳ, ପ୍ରଧାନ ଶିକ୍ଷକ, ମ୍ୟୁନିସିପାଲ ମଡେଲ ହାଇସ୍କୁଲ, କଟକ, ଶ୍ରୀ ରାଧାଶ୍ଯାମ ଷଢଙ୍ଗୀ, ସଭାପତି, ଛାତ୍ର ସଂସଦ ଯୋଗଦେଇଥିଲେ । ଆନୁଷ୍ଠାନିକ ଭାବେ ମୂଖ୍ୟ ଅତିଥି ଶ୍ରୀ ସିଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ଛାତ୍ର ବତ୍ସଳ ସୁମନ ସାର୍ ଙ୍କ ଗୁଣ କୀର୍ତ୍ତନ କରିବା ସହ ଏହି ବିଦ୍ୟାଳୟ ର ଉନ୍ନତି, ଛାତ୍ରଙ୍କ ଭବିଷ୍ୟତ କୁ ନେଇ ସୁମନ୍ ସାର୍ ଙ୍କ ଅବଦାନ ଅତୁଳନୀୟ।
ଅନ୍ୟ ବିଶିଷ୍ଟ ଅତିଥିମାନେ ନିଜ ନିଜ ଅଭିଭାଷଣରେ ସୁମନ୍ ସାର୍ ଙ୍କ ଶିକ୍ଷା ପ୍ରତି ଆବିଳତା, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସଦାସର୍ବଦା ଚେଷ୍ଟିତ ଥିବା ଏହି ଶିକ୍ଷକ ଙ୍କ ଅବସରରେ ମ୍ୟୁନିସିପାଲ ମଡେଲ ହାଇସ୍କୁଲ ଏକ ଶିକ୍ଷକ ଙ୍କ ଅଭାବ ଅନୁଭବ କରିବା ସହ ସୁମନ୍ ସାର୍ ଙ୍କ ଦୀର୍ଘ ଓ ସୁସ୍ଥ ନିରାମୟ ଜୀବନ ର କାମନା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କରିଥିଲେ। ଏହି ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ଅକ୍ଷୟ କୁମାର ଷଡଙ୍ଗୀ ଙ୍କ ମୂଖ୍ୟ ସମ୍ପାଦନା ରେ ପ୍ରକାଶିତ ପୁସ୍ତକ “ସ୍ବର୍ଣ୍ଣିମ ସୁମନ” ମୂଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ଙ୍କ ଦ୍ଵାରା ଲୋକାର୍ପଣ ସହ

ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ସାହୁ ଓ ଶ୍ରୀମତୀ ଗୀତା ଦାସ ଙ୍କୁ ଏବଂ ଜିଲ୍ଲା ବିଜ୍ଞାନ ପ୍ରଦର୍ଶନୀ ରେ ପ୍ରଥମ ସ୍ଥାନ ଅଧିକାର କରି କଟକ ଜିଲ୍ଲା ତଥା ହାଇସ୍କୁଲର ଗର୍ବ ଓ ଗୌରବ ସାଉଁଟି ଥିବା ଦୁଇ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ସାହୁ ଓ ସୁଶ୍ରୀ ତମନା ନନ୍ଦୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଆୟୋଜିତ କାର୍ଯ୍ୟକ୍ରମ କୁ ହାଇସ୍କୁଲ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ନାଥ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟା ସେଠୀ, ଶ୍ରୀମତୀ ମୈତ୍ରେୟୀ ସାହୁ, ଶ୍ରୀ ବିନ୍ଦୁ ସାଗର ମହାପାତ୍ର ଓ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ ଙ୍କ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅବଶେଷରେ ହାଇସ୍କୁଲ ର ଶିକ୍ଷୟିତ୍ରୀ ଶ୍ରୀମତୀ ସରୋଜିନୀ ନାୟକ କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result