No Result
View All Result
ମେଡିଭର୍ସ-୨୦୨୬ଉଦ୍ଘାଟିତ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ହାଇଟକ୍ ଆଲାଏଡ୍ ମେଡିକାଲ୍ ସାଇନ୍ସ ଅନୁଷ୍ଠାନର ଦୁଇଦିନିଆ କାର୍ଯ୍ୟକ୍ରମ ମେଡ଼ିଭର୍ସ ୨୦୨୬ ଉଦ୍ଘାଟିତ ହୋଇଛି । ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟ ନ କରି କହିଛନ୍ତି ଯେ, ଦେଶରେ ୬୦ଲକ୍ଷରୁ ଅଧିକ ପାରାମେଡିକାଲ୍ ଷ୍ଟାଫ୍ଙ୍କ ଆବଶ୍ୟକତା ରହିଛି । ହାଇଟେକ୍ ଆଲଏଡ୍ ସାଇନ୍ସ ବର୍ଷକୁ ୮ଶହ ଜଣ ଛାତ୍ରଛାତ୍ରୀଙ୍କୁ ଉତ୍ତମ ତାଲିମ୍ ସହ ରୋଗୀଙ୍କ ସର୍ବୋକ୍ତୃଷ୍ଠ ସେବା କରିବାକୁ ପ୍ରସ୍ତୁତ କରୁଛି ।

ଆସନ୍ତା ଦିନରେ ବିଶ୍ୱର ଯେ କୌଣସି କୋଣରେ କାର୍ଯ୍ୟକରୁଥିବା ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍, ହାଇଟେକ୍ର ହେବେ ବୋଲି ସେ ଦୃଢତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପ୍ର ସିଇଓ ତଥା ମ୍ୟାନେଜିଂ ଟ୍ରଷ୍ଠି ସୁରେଶ ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଭଲ ମଣିଷ ହେବା ସହ ରୋଗୀଙ୍କ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ ।

ସେହିପରି ହାଇଟେକ୍ ଆଲାଏଡ୍ ସାଇନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷା ମଧୁସ୍ମିତା ତ୍ରିପାଠୀ କହିଥିଲେ ଯେ, ଯେଉଁ କାର୍ଯ୍ୟ କର, ତାହା ଅନ୍ୟମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ଆବଶ୍ୟକ,ସେହିପରି ପ୍ରତ୍ୟକ କାର୍ଯ୍ୟ ସଠିକ୍ ଢଙ୍ଗରେ କଲେ ପ୍ରକୃତ ଆତ୍ମସନ୍ତୋଷ ଲାଭ ହୋଇଥାଏ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ାକ୍ତର ରାକେଶ ପାଣିଗ୍ରାହୀ, ଅନୀଲ ପାଣିଗ୍ରାହୀ, ମେଡିକାଲ୍ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର,

ଡିନ୍ ଓ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ରାଧାମାଧବ ତ୍ରିପାଠୀ, ଉପାଧ୍ୟକ୍ଷା ଡାକ୍ତର ଲିସା ଷଢଙ୍ଗୀ,ପ୍ରଫେସର କୁମରବର ଦାଶ, ସିଓଓ ଜ୍ୟୋର୍ତୀମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଡକ୍ଟର ଚିତ୍ତରଞ୍ଜନ ସାହାଣୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଦିନରେ ଭଲ କାମ କରି ପିତାମାତାଙ୍କ ନାମ ଉଚ୍ଚା ରଖିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଆର୍ଜେ କେପି ମଞ୍ଚ ପରିଚାଳନା କରିଥିଲେ ।


No Result
View All Result