ଚିଲିକା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଚିଲିକା ପୁସ୍ତକ ମେଳା ର ଚତୁର୍ଥ ସନ୍ଧ୍ୟା ରେ ଉତ୍ସବ ମଞ୍ଚରେ ରାଜ୍ୟ ର ପ୍ରତିଷ୍ଠିତ କବି, ନାଟ୍ୟକାର ଓ ପ୍ରକାଶକ ମାନଙ୍କ ଉପସ୍ଥିତି ରେ ଓଡ଼ିଆ ସାହିତ୍ୟ, ଓଡ଼ିଆ ପୁସ୍ତକ ଓ ପ୍ରକାଶନ ତଥା ପାଠକୀୟ ଆବେଦନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପକ୍ଷୀ ଘର ପ୍ରକାଶନ ର ମୁଖ୍ୟ ସମ୍ପାଦକ ବନୋଜ ତ୍ରିପାଠୀ, କବି ରକ୍ଷକ ନାୟକ,

ବିଶିଷ୍ଟ ସାହିତ୍ୟିକ ସୂର୍ଯ୍ୟ ମିଶ୍ର, ବିଶିଷ୍ଟ ନାଟ୍ୟକାର ଓ ଗୀତିକାର ବିଜୟ ଦାଶ ପ୍ରମୁଖ ଏହି ଆଲୋଚନା ଚକ୍ର ରେ ଯୋଗ ଦେଇ ବହୁ ସରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଚିଲିକା ପୁସ୍ତକ ମେଳା ର ସଭାପତି ଶରତ କୁମାର ପାଇକରାୟ, ସମ୍ପାଦକ କୈଳାସ ଚନ୍ଦ୍ର ମହାରଣା, ଚିଲିକା ସାହିତ୍ୟ ସମାଜ ର ସଭାପତି ବାଲମୁକୁନ୍ଦ ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।














