ବୋଲଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ନୀଳକଣ୍ଠେଶ୍ଵର ଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଗୁରୁବାର ଦିନ ଶିଶିର କୁମାର ମହାପାତ୍ରଙ୍କ ଆବାହକତ୍ୱରେ ଉଦଯାପିତ ହୋଇଯାଇଛି। ଏହି ବିଶ୍ଵଶାନ୍ତି ମହାଯଜ୍ଞ ସୋମବାର ଦିନ ଶୁଭ ଅଙ୍କୁରାରୋପଣ, ଶାଲା ମଣ୍ଡନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ମଙ୍ଗଳ ବାର ଦିନ କଳସ ଯାତ୍ରା ହୋଇ ଥିଲା।

ଏହି ଅବସରରେ ବିଶାଳ କଳସ ଯାତ୍ରା ମହାଆଡମ୍ବର ସହକାରେ ଆୟୋଜିତ ହୋଇଥିଲା । ଏହି କଳସ ଯାତ୍ରାରେ ୧୦୮ କଳସ ବ୍ରତଧାରୀମାନେ ପାନାନଗର ନଦୀରୁ ପବିତ୍ର ଜଳ ସହିତ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚନା ପରେ ଗୋପୀନାଥପୁର ସାହି,ଦୁର୍ଗା ବଜାର ,ସୁନାଖଳାସାହି, ମଥୁରପୁରସାହି, ବଣିଆ ସାହି, ରତ୍ନପୁର ସାହି, ଶାସନ ସାହି,ନୃସିଂହ ପୁର ଟାଙ୍ଗୀ ସାହି ଓ କାଉଁରୀ ପାଟଣା ସାହି,

ପ୍ରମୁଖ ସାହି ପରିକ୍ରମା କରି ଯଜ୍ଞ ବେଦୀରେ କଳସ ସ୍ଥାପନ କରିଥିଲେ । ଗ୍ରାମବାସୀମାନେ ନିଜ ନିଜ ଦୁଆରେ ଝୋଟି, ଚିତା ସହ ପ୍ରଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି ବିଶାଳ କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଯଜ୍ଞରେ କର୍ତ୍ତା ଭାବରେ ଶରତ କୁମାର ସାହୁ ଓ କର୍ତ୍ତୀ ଭାବରେ ତାଙ୍କର ସହଧର୍ମିଣୀ ସୁକୁମାରୀ ସାହୁ ଯୋଗ ଦେଇଥିଲେ।

ଓଡ଼ିଶାର କୋଣ ଅନୁକୋଣରୁ ଆସି ଥିବା ବିଶିଷ୍ଟ ପଣ୍ଡିତ ମାନେ ବିଜୟ କୁମାର ନନ୍ଦ, ଜାନକୀ ବଲ୍ଲଭ ଦାସ, ବିନାୟକ ନନ୍ଦ, କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରଭୁତି ବିଶିଷ୍ଟ ପଣ୍ଡିତ ମାନେ ଯଜ୍ଞକୁ ନୀତି କ୍ରାନ୍ତି ଅନୁଯାଇ ସୁପରିଚାଳନା କରିଥିଲେ। ଏହି ଯଜ୍ଞ ୩ ଦିନ ଧରି ଚାଲୁ ରହି ଥିଲା। ଏହି ଯଜ୍ଞରେ ଅତିଥି ଭାବରେ ବ୍ରଜ ବନ୍ଧୁ ସୁବୁଦ୍ଧି ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ ।














