ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ୧୯୯୩ ମସିହା ଏପ୍ରିଲ ୨୪ରେ ୭୩ତମ ସଂବିଧାନ ସଂଶୋଧନ ଲାଗୁ ହୋଇ ଗ୍ରାମ ପଞ୍ଚାୟତକୁ ସଂବିଧାନିକ ମାନ୍ୟତା ମିଳି ଥିଲା । ଫଳରେ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ରୂପେ ପାଳନ କରା ଯାଉଛି। ଏହି ପଞ୍ଚାୟତରାଜ ଦିବସ ସମଗ୍ର ଦେଶରେ ପାଳିତ ହେଉ ଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତ ପରିସରରେ ମଧ୍ୟ ପଞ୍ଚାୟତ ଦିବସ ପାଳିତ ହୋଇ ଯାଇଛି ।















