ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପରିସରରେ ଶୁକ୍ରବାର ବାର୍ଷିକ ଉତ୍ସବ “ମହକ” ଉଦଘାଟିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ସ୍ୱତନ୍ତ୍ର ନିମନ୍ତିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ,

ମୁଖ୍ୟବକ୍ତା ଭାବେ ଭୋପାଳସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଓ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବନଲାତା ବେହେରା , ଓ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହକାରୀ ନିର୍ଦେଶକା ଡ଼. ସ୍ନେହଲତା ମହାପାତ୍ର ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ କୁ ମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ !

ବାଙ୍କୋଇ ଦେଶ ପlଞ୍ଚଗଡ଼ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ଦାସ ମଞ୍ଚ ପରିଚାଳନା କରିଥିଲେ ! ପ୍ରତିଷ୍ଠାନର ଶିକ୍ଷକ ମାନସ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରତିଷ୍ଠାନର ଗୁରୁ ଛାତ୍ରୀମାନେ ଓ ବନ୍ଦେ ଉତ୍କଳ ଜନନୀ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ ! ପ୍ରତାପ ସିର ଜିଲ୍ଲା ପ୍ରତିଷ୍ଠାନର ବାର୍ଷିକ ବିବରଣୀ ପଠନ କରିଥିଲେ ! ଶିକ୍ଷା ଦେଶ ବିକାଶର ଚାବିକାଠି ଓ ଶିକ୍ଷାର ମୂଳ ପିତା ହୋଇପାରେ କିନ୍ତୁ ଏହାର ଫଳ ମିଠା ଅଟେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୁରୁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ !

ଏକ ସାକାରତ୍ମକ ଅଭିନଵ ଶିକ୍ଷଣ ପରିବେଶ ଆମ ସମସ୍ତଙ୍କୁ ସ୍ଥାନୀୟ ଓ ବିଶ୍ୱ ପରିପେକ୍ଷୀରେ ସୁଦୃଢ ପ୍ରାମାଣିକ ସମ୍ପର୍କ ସ୍ଥାପନ ଦିଗରେ ଶକ୍ତିଶାଳୀ କରାଏ ବୋଲି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ କହିଥିଲେ ! ଫଳପ୍ରଦ ଶିକ୍ଷାଦାତା ସମସ୍ତ ଗୁରୁ ଶିକ୍ଷାର୍ଥୀଙ୍କୁ ନିଜର ଆବଶ୍ୟକତା ପ୍ରତି ଦାୟିତ୍ୱ ସମ୍ପନ୍ନ ନମନୀୟ ଏବଂ ମୁକ୍ତ ହୋଇବାକୁ ମୁଖ୍ୟବକ୍ତା ଭାବେ ଭୋପାଳସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ମନ୍ତବ୍ୟରେ କହିଥିଲେ !















