ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଖୋର୍ଦ୍ଧା ଜିଲ୍ଲା, ଅନ୍ତର୍ଗତ ବନମାଳୀପୁର ଡିଗ୍ରୀ କଲେଜ ରେ ବାଲିପାଟଣା ଅଗ୍ନିଶମ ବାହିନୀ ଦ୍ଵାରା ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବନମାଳୀପୁର ଡିଗ୍ରୀ କଲେଜର ଶକ୍ତି ଶ୍ରୀ ଏମ୍ପାୱରର୍ମେଣ୍ଟ ଆନୁକୂଲ୍ୟରେ ବାଲିପାଟଣା ଅଗ୍ନିଶମ ବାହିନୀ ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇଘଣ୍ଟାର ଏକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆଁକୁ କିପରି ଆୟତ୍ତ କରାଯାଇପାରିବ।

କିପରି ପାଣିରୁ ଉଦ୍ଧାର କରିପାରିବ , ଇଲେକ୍ଟ୍ରିଫାୟାର କିପରି ଆୟତ୍ତ କରିପାରିବ ପ୍ରଶିକ୍ଷଣ ଦେଇଥିଲେ । ଡେମୋ ଦେଖାଇବା କ୍ରମରେ ପେଟ୍ରୋଲ ଡିଜେଲ୍ ଦ୍ଵାରା ନିଆଁ ଲଗାଇ ଲିଭାଇଥିଲେ । L P G ଗ୍ୟାସ ରୁ ନିଆଁ ଲଗାଇ ଲିଭାଇଥିଲେ । ଆୟୋଜନ କରାଯାଇଥିବା ସଭାରେ ଅଧ୍ୟକ୍ଷ ଡଃ ମୂରଲୀଧର ସାହୁ ସଭାପତିତ୍ବ କରିଥିଲେ ।
ଶକ୍ତଶ୍ରୀ ଏମପାୱାର ସେଲ ଅଧିକାରୀ ମୋହମାୟା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଉମେଶ ଚନ୍ଦ୍ର ନାୟକ,ମନୋଜ କୁମାର ସାହୂ ସନ୍ତୋଷ କୁମାର ଦାସ୍ ଅଧ୍ୟାପିକା ଲକ୍ଷ୍ମୀ ପ୍ରିୟା ଜେନା ପ୍ରମୁଖ ସହଯୋଗ କରିଥିଲେ l














