ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ସାଇଜନନୀଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ମହାସମାଧି ଦିବସ ତଥା ଆରାଧନା ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ବର ର ସାଇ ସମିତି ଗୁଡିକରେ ସାଇ ଆଶ୍ରିତ ଭାଇଭଉଣୀମାନଙ୍କ ଦ୍ବାରା ପ୍ରାତଃ ଓଁକାର,
ନଗର ସଂକୀର୍ତ୍ତନ, ଧ୍ୟାନ, ପ୍ରଶାନ୍ତି ଧ୍ବଜା ଉତ୍ତୋଳନ, େଷାଡ଼ଶ ଉପଚାର ପୂଜା, ବେଦପାଠ ଆଦି କରାଯାଇଥିଲା । ଏହି ଅବସରରେ ଭୁବନେଶ୍ବର ସାଇ ଜିଲା ପକ୍ଷରୁ ବିଭିନ୍ନ ଡାକ୍ତରଖାନା ଓ ଅନାଥ ଆଶ୍ରମ ମାନଙ୍କରେ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ସମିତି ରେ ଅଖଣ୍ଡ ରୁଦ୍ରଂ ପାରାୟଣ କରାଯାଇଥିଲା ।

ସେହିପରି ସନ୍ଧ୍ୟା ଅଧିବେଶନରେ ସାମୂହିକ ଦୀପଦାନ ସହିତ ବାଳବିକାଶ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମହମବତି ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଭୁବନେଶ୍ବର ଶ୍ରୀ ସତ୍ୟ ସାଇ ସଂଗଠନର ୫୫ଟି ବାଳବିକାଶ କେନ୍ଦ୍ରର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ସତସଙ୍ଗ ସହ ଚଳିତ ବର୍ଷକୁ ଓଡିଶା ରାଜ୍ୟ ସଂଗଠନ ପକ୍ଷରୁ କୃତଜ୍ଞତା ର ବାଳବିକାଶ ବର୍ଷ ଭବରେ ସମଗ୍ର ରାଜ୍ୟରେ ପାଳନ କରାଯାଉ ଅଛି । ଏହି ଅବସରରେ ବାଳବିକାଶ ଲୋଗୋ ଉନ୍ମୋଚନ କରାଯାଇଥିଲା ।















