ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଏନ.ଜି.ଓ “ସେବା”ର ମିଳିତ ସୁପରିଚାଳନାରେ ମଙ୍ଗଳବାର ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୨ ଯୋଡ଼ା ଙ୍କର ଗଣ ବିବାହ ଅତି ଚାକଚକ୍ୟ ଭାବରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି |

ଭବନ ପରିସରକୁ ଅତି ମନୋରମ ଭାବେ ସଜାଯାଇଥିବା ବିବାହ କାର୍ଯ୍ୟ ପାଇଁ ୨୨ଟି ପୃଥକ ପୃଥକ ବେଦୀ ଓ ହୋମକୁଣ୍ଡ ପ୍ରସ୍ତୁତ କରାଯାଇ ଥିବା ବେଳେ ୨୨ ଜଣ ପୁରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ମଙ୍ଗଳ ବାଦ୍ୟର ତାଳେ ତାଳେ ସମଗ୍ର ସହରରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ସାମୂହିକ ବିବାହ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁମିତା ରଥଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ସେବା ଅନୁଷ୍ଠାନର ମାର୍ଗ ଦର୍ଶକ ସଞ୍ଜୟ ସୁବୁଦ୍ଧି ଅତି ସୁନ୍ଦର ଭାବରେ ଆଗେଇ ନେଉଥିବା ଦେଖା ଯାଇଥିଲା |

ନୟାଗଡ ଜିଲ୍ଲା ପ୍ରଶାସନ ଏବଂ “ସେବା” ଅନୁଷ୍ଠାନର ଏହି ସୁନ୍ଦର ସାମାଜିକତା କାର୍ଯ୍ୟକ୍ରମକୁ ସମଗ୍ର ଜିଲ୍ଲାରେ ପ୍ରଶଂସା କରାଯାଇଛି|ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ଧର୍ମୀ ସଭାରେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମି ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଇ















