No Result
View All Result
କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କଟକର ମଲ୍ଲାର ଓ ନିଆଳିର ବୃନ୍ଦାବନ ଆଶ୍ରମର ମିଳିତ ଆନୁକୁଲ୍ୟରେ ନିଆଳି ସ୍ଥିତ ବୃନ୍ଦାବନ ଆଶ୍ରମ ଠାରେ ବୈଶାଖୀ ଉତ୍ସବ ମହାସମାରୋହର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଶିକ୍ଷା ଅଧିକାରୀ ଅଶୋକ କୁମାର ରାୟ, ମୁଖ୍ୟ ବକ୍ତା ଭାବେ ଚିତ୍ତରଞ୍ଜନ ସେବା ସଦନର ପ୍ରଶାସନିକ ଅଧିକାରୀ ପ୍ରଫେସର ସୌମ୍ୟରଞ୍ଜନ ମିଶ୍ର, ସମ୍ମାନୀତ ଅତିଥି ଭାବେ “ମଲ୍ଲାର ” ଅନୁଷ୍ଠାନର ସଂପାଦକ ଅନିଲ କୁମାର ଜେନା, ସହ-ସଂପାଦିକା ନିରୁପମା ଆଚାର୍ଯ୍ୟ,

ଅବସରପ୍ରାପ୍ତ ଶିକ୍ଷାବିତ ପାବନୀ ବସ୍ତିଆ, ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି, ଆଶ୍ରମର ମୁଖ୍ୟ ଉପଦେଷ୍ଠା ସାମ୍ବାଦିକ ବିନୋଦ କୁମାର ଭୋଇ, ପ୍ରମୁଖ ଯୋଗ ଦେଇ ବୈଶାଖୀ ଉତ୍ସବର ବୈଶିଷ୍ଟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ସଂପାଦକ ସୁଦାମ ସାମଲ ଅନୁଷ୍ଠାନର ବିବରଣୀ ପାଠ କରିଥିଲାବେଳେ ପରିଚାଳନାରେ ଆଇନଜିବୀ ଶେଖ୍ ଅବଦୁଲ ବାରୀ,ସମାଜ ସେବୀ ବଟକୃଷ୍ଣ ସ୍ୱାଇଁ, “ସୁମନ” ର ରାଜ୍ୟ ସଂଯୋଜକ ଶ୍ରୀଧର ବେହେରା ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଟକର ବିଶିଷ୍ଟ କଳାକାରଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ, ଅଭିନୟ ପରିବେଷଣ କରଯାଇଥିଲା । ଏହି ଉତ୍ସବରେ ବିଶିଷ୍ଟ ସାମ୍ବାଦିକ କାଳନ୍ଦୀ ଚରଣ ସ୍ଵାଇଁ, ରଶ୍ମିରଞ୍ଜନ ମଲିକଙ୍କ ସମେତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେଇ କଳାକାରଙ୍କର ନୃତ୍ୟ,ସଙ୍ଗୀତ, ଅଭିନୟ ଉପଭୋଗ କରିଥିଲେ । ଏପରି କାର୍ଯ୍ୟକୁ ମଲ୍ଲାର ଅନୁଷ୍ଠାନକୁ ଧନ୍ୟବାଦ୍ ଦିଆଯାଇଥିଲା ।

No Result
View All Result