• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Proprietor Abhimanyu Maharana by Proprietor Abhimanyu Maharana
April 21, 2026
in ଓଡ଼ିଶା
0
ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Share on FacebookShare on TwitterWhatsapp

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ପୁରାତନ ଛାତ୍ରଙ୍କ ସଫଳତା ହେଉଛି ବିଦ୍ୟାଳୟର ଗର୍ବ, ନୂତନ ଶିକ୍ଷାନୀତି ଓ ଡିଜିଟାଲ ଶିକ୍ଷାକୁ ଗୁରୁତୋ ଦକ୍ଷତା ଭିତ୍ତିକ ଶିକ୍ଷା, ସ୍ମାର୍ଟ କ୍ଲାସ ରୁମ ଓ ଅନଲାଇନ ସିଷ୍ଟମ ଉପରେ ଫୋକସ ଦିଆଯାଇଛି, ଶିକ୍ଷା ପାଇଁ ୩୧,୯୯୭ କୋଟି ଟଙ୍କା -, ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ।

ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଦ୍ୟାଳୟର ୭୫ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି କହିଥିଲେ

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୭୫ ବର୍ଷର ସଫଳ ଯାତ୍ରା କୌଣସି ସଂସ୍ଥା ପାଇଁ ଅପୂର୍ବ ସଫଳତା ଅଟେ ଏବଂ ଏହା ପଛରେ ଅନେକ ଶିକ୍ଷାନୁରାଗୀ ଓ ତ୍ୟାଗୀ ବ୍ୟକ୍ତିଙ୍କ ଅବଦାନ ରହିଛି। ସେ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଉନ୍ନତିରେ ଅବଦାନ ରଖିଥିବା ସମସ୍ତଙ୍କୁ ସମ୍ମାନ ଜଣାଇଥିଲେ। ସେ କହିଥିଲେ ଯେ, ସାଢେ ସାତ ଦଶନ୍ଧି ପୂର୍ବେ ସ୍ଥାପନ ହୋଇଥିବା ଏହି ଶିକ୍ଷାର ଚାରା ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଆଲୋକ ଦେଉଛି ।

ସେ ଆହୁରି କହିଥିଲେ ଯେ, ବିଦ୍ୟାଳୟର ସଫଳତାର ମୂଳ ମାପକାଠି ହେଉଛି ଏହାର ପୁରାତନ ଛାତ୍ରଛାତ୍ରୀଙ୍କ ସଫଳତା। ସୁନ୍ଦରଗ୍ରାମ ହାଇସ୍କୁଲର ଅନେକ ପୁରାତନ ଛାତ୍ର ଆଜି ବିଭିନ୍ନ ଉଚ୍ଚ ପଦବୀରେ ରହି ସମାଜ ସେବା କରୁଛନ୍ତି, ଯାହା ବିଦ୍ୟାଳୟ ପାଇଁ ଗର୍ବର ବିଷୟ। ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ନିଜ ଭବିଷ୍ୟତ ଗଢ଼ିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଶିକ୍ଷାର ମହତ୍ତ୍ୱ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା କେବଳ ପାଠ୍ୟଜ୍ଞାନ ନୁହେଁ, ବରଂ ଚରିତ୍ର ଗଢ଼ିବା ଓ ଜୀବନ ମୂଲ୍ୟବୋଧ ସୃଷ୍ଟିର ଏକ ମାଧ୍ୟମ। ସେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଯୁଗର ଚାହିଦା ଅନୁସାରେ ଦକ୍ଷତା ବିକାଶ, ସୃଜନଶୀଳତା ଓ ନବୀନ ଚିନ୍ତାଧାରାରେ ଆଗକୁ ବଢିବାକୁ ଆହ୍ୱାନ କରିଥିଲେ। ଏହା ସହ ମୋବାଇଲ ଓ ସୋସିଆଲ ମିଡିଆର ଅତିରିକ୍ତ ବ୍ୟବହାରରୁ ଦୂରେଇ ରହି, ଜ୍ଞାନାର୍ଜନରେ ଗୁରୁତ୍ୱ ଦେବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଦକ୍ଷତାମୂଳକ ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଡିଜିଟାଲ ଶିକ୍ଷା, ସ୍ମାର୍ଟ କ୍ଲାସ୍‌ରୁମ୍‌ ଓ ଅନଲାଇନ୍ ପାଠପଢା ପ୍ରଣାଳୀ ମାଧ୍ୟମରେ ଶିକ୍ଷାରେ ବିପ୍ଳବ ଆଣାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଭଳି ପ୍ରକଳ୍ପ ମାଧ୍ୟମରେ ଗ୍ରାମୀଣ ଶିକ୍ଷାର ମୂଳ ଭିତ୍ତିକୁ ସୁଦୃଢ କରାଯାଉଛି।

ଏହି ଅବସରରେ ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୪ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହ ପ୍ଲାଟିନମ୍ ଜୁବିଲି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ବିଦ୍ୟାଳୟ ପକ୍ଷରୁ ଏହାର ଆବଶ୍ୟକତା ସମ୍ପର୍କରେ ଯେଉଁ ସବୁ ଦାବି ରହିଛି, ସରକାର ଏହାର ବିଚାର କରି ତୁରନ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାଚୀ ନଦୀର ପୁନରୁଦ୍ଧାର ନିମିତ୍ତ ୪୫୦ କୋଟି ଟଙ୍କା ଘୋଷଣା କରିଥିବାରୁ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେ ଆହୁରି କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ମୋଟ ବଜେଟର ୧୦.୩ ପ୍ରତିଶତ। ଗତ ଦେଢ ବର୍ଷରେ ପ୍ରାୟ ୨୦ ହଜାର ଶିକ୍ଷକଙ୍କ ନିଯୁକ୍ତି ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ନିଯୁକ୍ତି ହେବାକୁ ଯାଉଛି। ଏହା ସହ ଶିକ୍ଷାର ଭିତ୍ତିଭୂମି ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ ରହିଛି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ କରି କହିଥିଲେ ଯେ, ଜ୍ଞାନ ହିଁ ପ୍ରକୃତ ଶକ୍ତି ଓ ଏହାକୁ ଅର୍ଜନ କରି ସେମାନେ ନିଜ ଜୀବନରେ ସଫଳତା ହାସଲ କରିପାରିବେ।

ସେ ଛାତ୍ରମାନଙ୍କୁ ନିଜ ପ୍ରତିଭାକୁ ଚିହ୍ନଟ କରି ଲକ୍ଷ୍ୟ ନିର୍ଦ୍ଧାରଣ କରି ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁରର ସାଂସଦ ଡଃ ବିଭୁପ୍ରସାଦ ତରାଇ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ବିଦ୍ୟାଳୟରେ ଉନ୍ନତି ପାଇଁ ଅନୁରୋଧ କରିବା ସହ ସେମାନଙ୍କ ଭାଗିଦାରୀ ପାଇ ଧନ୍ୟବାଦ୍ ଜଣାଇଥିଲେ । ଏହି ସୁନ୍ଦର ଶିକ୍ଷା ଅନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳ ସୁନ୍ଦରଗ୍ରାମ ରୂପେ ପରିଚିତ ହେବା ଗର୍ବର ବିଶ୍ୟ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ନିଆଳିର ବିଧାୟକ ଶ୍ରୀ ଛବି ମଲ୍ଲିକ ମୁଖ୍ୟମନ୍ତ୍ରୀ ଆଜିର ପ୍ଲାଟିନମ୍ ଜୟନ୍ତୀରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହି ଶିକ୍ଷା ଅନୁଷ୍ଠାର ପ୍ରତ୍ୟେକ ଛାତ୍ର, ଅଭିଭାବକ ନିଶ୍ଚିତରୂପେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ରହିବେ ବୋଲି କହିଥିଲେ କାର୍ଯ୍ୟକ୍ରମରେ ଜଗତସିଂହପୁରର ସାଂସଦ ଡଃ ବିଭୁପ୍ରସାଦ ତରାଇ, ନିଆଳିର ବିଧାୟକ ଶ୍ରୀ ଛବି ମଲ୍ଲିକ, ବିଶିଷ୍ଟ ସାହିତ୍ୟିକ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ପୁରାତନ ଛାତ୍ର ଡଃ ସୁନିଲ କୁମାର ଷଡଙ୍ଗୀ, ପ୍ଲାଟିନମ ଜୁବୁଲି କମିଟିର ସଭାପତି ଶ୍ରୀ ସୁଶାନ୍ତ କୁମାର ଦାଶ, ସମ୍ପାଦକ ଶ୍ରୀ ଫଣିଭୂଷଣ ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ରାଉତ ସମେତ ବହୁ ସଂଖ୍ୟକ ଶିକ୍ଷକ, ପୁରାତନ ଛାତ୍ର ଓ ଅଭିଭାବକମାନେ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ସୁନ୍ଦର ଗ୍ରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତିଶ୍ରୀ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

October 15, 2026
ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026
ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ

ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ

October 15, 2026
Mass Rally for ADHD Awareness 

Mass Rally for ADHD Awareness 

October 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

October 15, 2026
ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version