ଭାପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ ଜିଲ୍ଲା ଭାପୁର ଗଉଡ଼ସାହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ବିଭୁତି ମହାପାତ୍ରଙ୍କ ପିତା ଯୋଗୀନାଥ ରଣାଙ୍କ (୮୮)ବର୍ଷ ବୟସରେ ଶନିବାର ସଂନ୍ଧ୍ୟାରେ ଭାପୁର ସ୍ଥିତ ଗଉଡ଼ସାହି ବାସଭବନରେ ପରଲୋକ ଘଟିଛି। ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ସମାଜସେବୀ, ମିଷ୍ଠ ଭାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ବହୁଦିନ ଧରି ପୀଡିତ ଥିଲେ।

ମୃତ୍ୟୁ ସମୟରେ ପୁଅ, ବୋହୁ, ଝିଅ, ନାତି, ନାତୁଣୀଙ୍କ ସମେତ ପରିବାର ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁବରଣ କରିବା ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଶତାଧିକ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l
ଖବର ପାଇ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ଭାପୁର ସରପଞ୍ଚ ସୁରେଖା ସାହୁ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଭାପୁର ପ୍ରେସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ର, ସମ୍ପାଦକ ଶିଶିର କୁମାର ସାହୁ, କୋଷାଧକ୍ଷ ବିରଞ୍ଚି କୁମାର ନାୟକଙ୍କ ସମେତ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଥିଲେ। ଶୋକାକୁଳ ପରିବେଶରେ ଗ୍ରାମ ସ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା l













