କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଫୁଲନଖଖରା ନିକଟସ୍ଥ ନଖରା ର ପ୍ରସିଦ୍ଧ ଶୈବପୀଠ ଲକ୍ଷେଶ୍ୱର ମହାଦେବଙ୍କ ମୁଖଶାଳା ପୀଠରେ ଗତ ୯ ତାରି ଠାରୁ ଲକ୍ଷେଶ୍ୱର ରାମଲୀଳା ପ୍ରଚାର ସମିତି ପକ୍ଷରୁ ଆୟେ । ଜିତ ହେ।ଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ମହାଯଞ ଏବଂ ରାମଲୀଳା ୧୭ ତାଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେ।ଇ ୧୮ ତାରିଖ ସକାଳେ ଶେଷହେ।ଇଛି ।

ଏହି ଉପଲକ୍ଷେ ପ୍ରତ୍ୟେକ ଦିନ ଯଞ, ପାରାୟଣ, ରାମଲୀଳା ପରିବେଷଣ କରା ଯାଉଥିଲା । ଉଦଯାପନୀ ଦିବସରେ ଲକ୍ଷେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ଶିକ୍ଷାବିତ୍ ଗୁଣନିଧି ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟେ।ଜିତ ସମ୍ବର୍ଦ୍ଧନା ସଭାରେ ରମଲୀଳା ପ୍ରଚାର ସମିତିର ସଭାପତି ବଂଶୀଧର ଭେ।ଳ, ସଂପାଦକ ପ୍ରଶାନ୍ତ କୁମାର ମହାନ୍ତି,

କେ।ଷାଧଖ୍ୟ ଶଶି ଭୂଷଣ ମହାନ୍ତି, ଆଞ୍ଚଳିକ ଶାନ୍ତି କମିଟିର ସଂପାଦକ ସୁରେନ୍ଦ୍ର ମହାପାତ୍ର ଅତିଥି ଭାଵେ ଯେ।ଗ ଦେଇଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ସମିତି ପକ୍ଷରୁ ବିଭିନ୍ନ ଗ୍ରାମର ସଭାପତି, ସଂପାଦକ, ରାମଲୀଳା ପରିବେଷଣ କରିଥିବା ଅନୁଷ୍ଠାନ, ଗଣମାଧ୍ୟମର ପ୍ରତିନିଧି,ଲକ୍ଷେଶ୍ବର ମନ୍ଦିର ସମସ୍ତ ସେବାୟତ, ଚିତ୍ରାଳୟର ସଦସ୍ୟ, ଆଲେ।କ ଓ ସାଉଣ୍ଡର ସଦସ୍ୟ, ସ୍ଥାନୀୟ କର୍ପୋରେଟର,
ତଥା ସମିତିର ସମସ୍ତ କାର୍ଯ୍ୟ କର୍ତ୍ତାଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନଖରା, ମୁଗଭଙ୍ଗା, ଅଡାଳିଆ, ପୁରୁଣା କାଚରାମାଳ, ନୂଆ କାଚରାମାଳ, ନୂଆପାଟଣା ଆଦି ୬ ଗେ।ଟି ଗ୍ରାମର କଳାକାର ମାନେ ରାମ ଜନ୍ମ ଠାରୁ ରାବଣବଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ରାତିରେ ଭିନ୍ନ ଭିନ୍ନ ଲୀଳା ପରିବେଷଣ କରିଥିଲେ।ଉଦଯାନୀ ସନ୍ଧ୍ୟାରେ ୪ ହଜାର ଲେ।କଙ୍କ ପାଇଁ ପ୍ରସାଦ ଶ ସେବନର ବ୍ୟବସ୍ଥା କରାଯାଇଥିଲା ।

ବିଚିତ୍ରା ନନ୍ଦ ଦଳାଇ, ଅଭୟ କୁମାର ଜେନା, ପ୍ରଭାତ କୁମାର ବରାଳ, ହେମନ୍ତ କୁମାର ସାହୁ, ନବକିଶୋର ଦଳାଇ, ଦେବଦତ୍ତ ମହାନ୍ତି, ଲକ୍ଷମୀଧର ମହାନ୍ତି, ଚୈତନ୍ୟ କୁମାର ଓଝା, ଗଗନ ଚନ୍ଦ୍ର ଭୂୟାଁ, ବଳରାମ ସାହୁ, ନରେଶ କୁମାର ମହାନ୍ତି, ସୁଧିର କୁମାର ପଟ୍ଟନାୟକ, ଗଣେଶ ପ୍ରସାଦ ମହାନ୍ତି, ବିପିନୀ ବିହାରୀ ପାଢୀ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।















