No Result
View All Result
କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡିଆ ନବବର୍ଷ ପାଳନ ଓ କଳାକ୍ଷେତ୍ର ଗ୍ରାମ ମହୋତ୍ସବ କଟକ ଜିଲ୍ଲା ଆଠଗଡ,କୁସ୍ପଙ୍ଗି ଗ୍ରାମର ଜଗନ୍ନାଥ ମନ୍ଦିର ପରିସର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କଳାକ୍ଷେତ୍ର ଗ୍ରାମ ପ୍ରତିଷ୍ଠା ଉତ୍ସବ ଅବସରରେ କଟକ ଜିଲ୍ଲାର ବାଙ୍କୀ, କଟକ, ଆଠଗଡ, ଢେଙ୍କାନାଳ, ନିଆଳି, କଣ୍ଟାପଡ଼ା, ଯାଜପୁର ଆଦି ଅଞ୍ଚଳରୁ ଆସିଥିବା ପାଲା, ଦାସକାଠିଆ,ସଂକ୍ରିତନ, ଓଡେଶି ନୃତ୍ୟ, ସମ୍ବଲପୁରୀ, ଭଜନ ସମାରୋହ, ଆଦି ବିଭିନ୍ନ ପାରମ୍ପରିକ ବେଶ ଭୂଷାରେ ଆବୃତ ଶତାଧିକ ଲୋକ କଳାକାରଙ୍କ ଦ୍ଵାରା ପ୍ରତିଯୋଗିତା ମୂଳକ କଳା ପରିବେଷଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କଳାକ୍ଷେତ୍ର ମହୋତ୍ସବରେ କଳାକ୍ଷେତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ବାସୁଦେବ ମାଲବିଶୋଇ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ କଳା କ୍ଷେତ୍ରର ରାଜ୍ୟ ସଂଯୋଜକ ବିଜୟ କୁମାର ମିଶ୍ର, ଜିଲ୍ଲା ସଭାପତି ମାଗୁଣୀ ଚରଣ ରାଉତ, ଜିଲ୍ଲା ସଂପାଦକ ବିଚିତ୍ରାନନ୍ଦ ତ୍ରିପାଠୀ, ଜିଲ୍ଲା ସଂଯୋଜକ ବିବେକାନନ୍ଦ ବେଉରା, କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି, ପି ଏସ ମେମ୍ବର କୁସ୍ପାଙ୍ଗିରପ୍ରଦିପ କୁମାର ରାଉତ,ମହାସଂଘର ସଂପାଦକ ବିନୋଦ କୁମାର ଭୋଇ,ଚନ୍ଦ୍ର ଶେଖର ସାମଲ, ରାଘବ ଚନ୍ଦ୍ର ବେହେରା, ଦିଲ୍ଲୀପ ରାଉତ,

ପ୍ରସନ୍ନ ପାତ୍ର,ସୁଧାକର ଦାସ,ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, କଟକର ଗୋପାଳ ଚନ୍ଦ୍ର ମିଶ୍ର, ସୋମନାଥ ଦାସ,ଦେବାଶିଷ ମହାନ୍ତି, କାହୁଁ ଚରଣ ଲେଙ୍କା, ଆଇନଜୀବି ସଂଯୋଜ କୁମାର ସାମନ୍ତରାୟ, ରସ୍ମିକାନ୍ତ ସ୍ୱାଇ, ରବିନ୍ଦ୍ର ନାଥ ସାହୁ,ସୌଭାଗ୍ୟ ମହାନ୍ତି, ଉମେଶ ସାମଲ, ସୁଦର୍ଶନ ସାହୁ, ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାରେ ଶ୍ରୀମତୀ ସୁଜାତା ଦାଶ ସହଯୋଗ କରିଥିଲେ। କଳା କ୍ଷେତ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ “ଗାଁ ମୋ ମା” କାର୍ଯ୍ଯକ୍ରମ ପରୀପେଖିରେ କଳା କ୍ଷେତ୍ର ଗାଁ ଚିହ୍ନଟ କରାଯାଉଛି । ଏହି କାର୍ଯ୍ୟକ୍ରମକୁ କୁଷ୍ପଂଗୀ ଗ୍ରାମର ସମସ୍ତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

No Result
View All Result