ରାଜସୁନାଖଳା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମର ପୂର୍ବତନ ଦଣ୍ଡ ଭଣ୍ଡାର ରକ୍ଷକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ନାତି ଯୁଧିଷ୍ଠିର ପ୍ରଧାନଙ୍କ ନିମନ୍ତ୍ରଣରେ ରବିବାର ରାତିରେ ଦଣ୍ଡଯାତ୍ରା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି ! ୧୦୦ବର୍ଷରୁ ଉର୍ଦ୍ଧ ବର୍ଷ ବଳଭଦ୍ରପୁର ଗ୍ରାମପଞ୍ଚାୟତର ବାସୁଦିଆ ଗ୍ରାମର ବାବା କମଲେଶ୍ୱର ଦେବ କାମନା କୋଠିରେ ୩୫ ଜଣ ଭଗତାଙ୍କ ସହିତ ୪୫ରୁ ଉର୍ଦ୍ଧ ଜଣ ନାଟ୍ୟ କଳାକାରମାନେ କଳା,

ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହିତ କଳାକାରମାନଙ୍କର ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଆସୁଅଛନ୍ତି ! ଏହି ନାଟ୍ୟ ପରିଷଦର ନାଟ୍ୟ ନିର୍ଦେଶକ ଆର୍ତ୍ତତ୍ରାଣ ମାଝୀ, ସହକାରୀ ନିର୍ଦେଶକ ସତ୍ୟବାଦୀ ଜେନା ଓ ଗୀତିକାର ନବକିଶୋର ସେଠୀ ପ୍ରମୁଖ କଳାକାରମାନଙ୍କୁ ନିର୍ଦେଶନାରେ ବିଭିନ୍ନ ଗ୍ରାମରେ ଉଚ୍ଚ କୋଟିର ନାଟ୍ୟ ପରିବେଶଣ କରି ବଳଭଦ୍ରପୁର ପଞ୍ଚାୟତକୁ ଗର୍ବ ଓ ଗୌରବ ମଣ୍ଡିତ କରି ଆସୁଅଛନ୍ତି !

ଏହି ଅବସରରେ ବଳଭଦ୍ର ପୁର ଗ୍ରାମରେ ନାଟ୍ୟ କଳାକାରମାନଙ୍କ ଦ୍ୱାରା ଆୟୋଜିତ ” ଚଢେଇଆ ହଜିଲା ଏକ୍ରlମବନେ ” ମଞ୍ଚସ୍ଥ ନାଟକ ହଜାର ହଜାର ଦର୍ଶନଙ୍କୁ ମନ୍ତ୍ରମୁଗଦ୍ଧ କରି ସକାଳ ପର୍ଯ୍ୟନ୍ତ ବାନ୍ଧି ରକ୍ଷୀଥିଲା ! ବଳଭଦ୍ରପୁର ଗ୍ରାମପଞ୍ଚାୟତର ବlସୁଦିଆ କମଲେଶ୍ୱର ଦେବଙ୍କ ପବିତ୍ର ଦଣ୍ଡ ପର୍ବ ରଣପୁର ବ୍ଲକର ଶେଷ୍ଠ ଦଣ୍ଡ ମଧ୍ୟରୁ ଅନ୍ୟତମ I ଦଣ୍ଡ ଯାତ୍ରା ଦେଖିବାକୁ ରଣପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ହଜାରରୁ ଅଧିକ ଭକ୍ତଙ୍କ ସମାବେଶ ହୋଇଥିଲା I

ଓଡ଼ିଶାର ମୁଖ୍ୟ ଗଣପର୍ବ ଦଣ୍ଡ ପର୍ବ I ଚୈତ୍ର ମାସର ଶ୍ରୀରାମ ନବମୀଠାରୁ ଏହି ପବିତ୍ର ଦଣ୍ଡ ପର୍ବ ଓଡିଶାର ବିଭିନ୍ନ କଣ ଅନୁକୋଣରେ ମହା ଆଡ଼ମ୍ବମର ସହକାରେ ପାଳନ କରାଯାଇଥାଏ I ଏହି ପବିତ୍ର ଦଣ୍ଡ ପର୍ବରେ ମାନସିକ ଦଣ୍ଡୁଆ ଦଣ୍ଡ ଧାରୀ ପାଟ ଦଣ୍ଡୁଆ ସମେତ ସମସ୍ତ ଦଣ୍ଡୁଆମାନେ ନିଷ୍ଠାର ସହିତ ପାଞ୍ଜିର ନିର୍ଦ୍ଧାରିତ ସମୟ ଅନୁସାରେ ନିର୍ଜନ ରାତିରେ ମା’ ଦଣ୍ଡ କାଳୀଙ୍କୁ କୋଠିରୁ ନେଇ ପୋଖରୀକୁ ଯାଇ ମହାସ୍ନାନ ଓ ପବିତ୍ର ମନରେ ଆନନ୍ଦ ଉଲ୍ଲାସର ସହିତ ପୋଖରୀ ତୁଠରେ ପାଣିତୋଳିଥାନ୍ତି I















