ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଲାଗିଥିଲା ଭିଡ଼
ଭାପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ ଜିଲ୍ଲାର ଭାପୁର ବ୍ଲକ ଫତେଗଡ ଗ୍ରାମରେ ମା କାଳିକା ମନ୍ଦିର ଠାରେ ବହୁ ଧୁମଧାମ ଏବଂ ମହା ଆଡମ୍ବର ସହିତ ପାଳିତ ହୋଇଛି କଣ୍ଟାଗଡା ଯାତ୍ରା ଏବଂ ଝାମୁଯାତ୍ରା ,ଏଥିପାଇଁ ଫତେଗଡ ଗାଁ ଉତ୍ସବ ମୁଖର ସହିତ ସମସ୍ତଙ୍କ ମନରେ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଛି, ଏଭଳି ନିଆରା ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ଏକତ୍ରିତ ହୋଇଥିଲେ ! ସୂଚନା ଅନୁଯାଇ ଚୈତ୍ର ମାସରେ ଅନେକ ଜାଗାରେ ଝାମୁ ଯାତ୍ରା ଏବଂ କଣ୍ଟାଗଡା ଯାତ୍ରା ଅନୁଷ୍ଠିତ ହୋଇଥାଏ,

କିନ୍ତୁ ଫତେଗଡ ଗ୍ରାମରେ ଝାମୁଯାତ୍ରା ଅଲଗା ଏବଂ ନିଆରା,ଏଠି ମା କାଳୀ କାଙ୍କ ପାଖରେ ମାନସିକ ଥିବା ଦଣ୍ଡୁଆ ଭକ୍ତ ମାନେ ମାଙ୍କ ପାଖରେ ନିଜ ଡାହାଣ ଜଙ୍ଗରୁ ରକ୍ତକୁ ବାହର ମାଙ୍କୁ ଭୋଗ ଆକାରରେ ସମର୍ପଣ କରିଥାନ୍ତି ! ଯାହା ଫଳରେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି, ତେବେ ଏଭଳି ଦୃଶ୍ୟକୁ ଦେଖିବା ପାଇଁ ହଜାର ଭକ୍ତ ବହୁ ଦୂର ଦୁରାନ୍ତରୁ ଆସିଥାନ୍ତି !

ଏହି ବ୍ରତକୁ ପାଳନ କରିବା ପାଇଁ ମାନସିକ ଧାରୀ ମାନେ 6 ମାସ ପୂର୍ବରୁ ନିଷ୍ଠାର ସହିତ ରହିଥାନ୍ତି ! ହଜାର ହଜାର ଭକ୍ତ ଏହି ନିଆରା ଯାତ୍ରାକୁ ଦେଖିବା ପାଇଁ ଆସିଥାନ୍ତି ! ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଫତେଗଡ ଗ୍ରାମର ଯୁବକ ସଂଘ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ,ଥଣ୍ଡା ଦହି ପାଣିର ବ୍ୟବସ୍ଥା କରାଯାଇଥିଲା !















