No Result
View All Result
ଫୁଲବାଣୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ତତଫରୁ ପ୍ରତ୍ୟେକ ବର୍ଷ ପରି ଗାନ୍ଧୀ ସ୍ମୃତି ଭବନ୍ ଫୁଲବାଣୀ ଠାରେ ବିଶ୍ଵ ରତ୍ନ ବାବା ସାହେବ୍ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀକୁ ଉତ୍ସଵ ଆକାରରେ ପାଳନ କରା ଯାଇଥିଲା, ସକାଳେ ବାବା ସାହେବ୍ ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ସଭା କରାଯାଇ ମୋ ସମ୍ବିଧାନ ମୋ ଗୌରବ ଆଲୋଚନା କରାଯାଇଥିଲା l

ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ପଦ୍ମ ନାଭ ବେହେରା ଉଦ୍ଘାଟକ ମୂଖ୍ୟ ଅତିଥି ସହକାରୀ ଜିଲ୍ଲା ଉନ୍ନୟନ ସଂସ୍ଥା କନ୍ଧମାଳ ନରେନ୍ଦ୍ର ନାୟକ ଆଲୋଚକ ଭାବେ, ବରିଷ୍ଟ ସାମ୍ବାଦିକ ବ୍ରଜ ବିହାରୀ ନନ୍ଦ, ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର, ସମ୍ମାନିତ ଅତିଥି ରୂପେ ମେଡିକାଲ ଅଫିସର ଫିରିଙ୍ଗିଆ ସୁମନ୍ତ ମାଝୀ, ଅନୁସୂଚିତ ଜାତି ଅନୁସୂଚିତ ଜନ ଜାତି ସରକାରୀ କର୍ମଚାରୀ କାଉନସିଲ ଅଧ୍ୟକ୍ଷ ସୁଜନ ବେହେରା, ପଦ୍ମ ଚରଣ ସାହୁ ,ଘନ କୁମାର ଶବର ,ସୋମନାଥ ବାଗ ଜାକିର ଖାଁ,ବିରେନ୍ଦ୍ର କହଁର ଉପସ୍ଥିତ ଥିଲେ l

ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମ୍ବିଧାନ ର ପ୍ରଥମ ମୁଖବନ୍ଧ ପାଠ କରିଥଲେ,ସମସ୍ତ ଅତିଥି କଲୋଚକ୍ ସମ୍ମାନିତ ଅତିଥି ବବା ସାହେବଙ୍କ ଜୀବନୀ ଓ ସମ୍ବିଧାନ ବିଷୟରେ ଆଲୋଚନା କରି ସମ୍ବିଧାନ ଜନ ସାଧାରଣଙ୍କ ରକ୍ଷା କବଚ, ସମ୍ବିଧାନକୁ ସମସ୍ତଙ୍କୁ ପଢ଼ିବା ନିମନ୍ତେ ଜାଗ୍ରତ କନ୍ଧମାଳର ଏହି ପ୍ରୟାସକୁ ପ୍ରଶଂସା କରି, ବାବା ସାହେବ୍ ଆମ୍ବେଦକରଙ୍କ ଅଧୁରା କାର୍ଯ୍ୟକୁ ସମସ୍ତେ ପୂରଣ କରିବାକୁ, ଆହ୍ଵାନ ଦେଇ ଥିଲେ l

ସମାଜ ସେବା ପାଇଁ ସାମୁଏଲ ଦିଗାଲ, ଚକ୍ର ପତି କହଁର, ମଥୁ ଦିଗାଲ, ଲୋକନାଥ ଦିଗାଲ, ସିମନ୍ ଦିଗାଲ ମହନ୍ତ ଦିଗାଲ, ସସିନ୍ଦ୍ର ଦିଗାଲ, ରଙ୍କନିଧି ଦିଗାଲ, ରାଜ କୁମାର ଦିଗାଲ, ମନୁଏଲ୍ ଦିଗାଲ, ଦୁଃଶାସନ ଦିଗାଲ, ଯୋହନ ଦିଗାଲ, ଜୁନେସ ଦିଗାଲ ପ୍ରମୁଖଙ୍କୁ ମାନପତ୍ର ଉପଢୌକନ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା l ପ୍ରଶ୍ନ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ଜାକିର ଖାଁ ଧନ୍ୟବାଦ୍ ଅର୍ପଣ କରିଥିଲେ l

No Result
View All Result