ବାଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବାଣପୁର ସ୍ଥିତ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସାହିତ୍ୟ ସିନ୍ଦୁରା ଓ ମା ଭଗବତୀ କଳାନିକେତନ ର ମିଳିତ ଆନୁକୂଲ୍ୟରେ ବିଧାର ପୁର ଶୁଭ କଲ୍ୟାଣ ମଣ୍ଡପ ପରିସର ରେ ଓଡ଼ିଆ ସାହିତ୍ୟ ପକ୍ଷ ର ଦଶମ ଦିବସରେ ଲୋକକଳା ଦିବସ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ଓଡିଶୀ ଗାୟିକା ତଥା ମା ଭଗବତୀ କଳା ନିକେତନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବ୍ଲକ ର ପ୍ରକ୍ତନ ଅଧକ୍ଷ ତଥା ନିଖିଳ ଉତ୍କଳ ନୀଳାଚଳ ପାଲା ଗାୟକ ସମ୍ମେଳନ ର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ,

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ଓ ନାଟ୍ୟକାର ଭାଗିରଥି ସ୍ୱାଇଁ ଯୋଗ ଦେଇ ଓଡିଶା ର ଲୋକକଳା ଓ ଲୋକ ସଂସ୍କୃତି ଉପରେ ସରଗର୍ଭକ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼କ୍ଟର ଚିନ୍ତାମଣି ମିଶ୍ର, ଭିକାରି ଚରଣ ପ୍ରଧାନ,ପ୍ରମୋଦ କୁମାର ମହାପାତ୍ର, ଓଡିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ଅବସରରେ ବର୍ଷିଆନ ସଂକୀର୍ତନ ଗାୟକ ଭ୍ରମରବର ବେହେରା ଓ ପାଲା ଗାୟିକା ପ୍ରଜ୍ଞା ପରମିତା ପଣ୍ଡା ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା.। ସାହିତ୍ୟ ସିନ୍ଦୁରା ର ସମ୍ପାଦକ ଗୋଲକ ବିହାରୀ ପରିଡା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।














