ନାଚୁଣୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନାଚୁଣୀ ମହାବିଦ୍ୟାଳୟ ରେ ଚଳିତ ଓଡ଼ିଆ ପକ୍ଷ ବିଭିନ୍ନ ଦିବସର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପାଳିତ ହୋଇଯାଇଛି। ଅନ୍ତିମ ଦିବସର ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରା କ୍ତନ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ -ମୁଖ୍ୟ ଅତିଥି, ପ୍ରକ୍ତନ ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ -ମୁଖ୍ୟ ବକ୍ତା, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ଦୁଷ୍ମନ୍ତ ହରିଚନ୍ଦନ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ -ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ, ଓଡ଼ିଆ ଲୋକକଳା,

ଐତିହ୍ୟ ଓ ଓଡ଼ିଆ ବରପୁତ୍ର ମାନଙ୍କ ଉପରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧିତ କରିଥିଲେ। ମହାବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ସୁନୀଲ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାରସ୍ୱତ ସଭା ର ପ୍ରା ରମ୍ଭ ରୁ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ରେ ପୁଷ୍ପ ମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜଳନ କରା ଯାଇ ଥିଲା। ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଗୋଲକ ବିହାରୀ ବାରିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।

















