ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଏକ ସାର୍ବଜନୀନ ମହତ ଉଦ୍ଦେଶ୍ୟରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ନିଜ ମାତାଙ୍କ ମୃତଶରୀର ଦାନ କରିଛନ୍ତି ପୁରୀ ସହରର ଜଣେ ଶିକ୍ଷାବିତ୍ । ପୁରୀ ଉପର ନୂଆସାହି ନିବାସୀ ସ୍ଵର୍ଗତ ବୈଦ୍ୟନାଥ ମହାନ୍ତିଙ୍କ ଧର୍ମପତ୍ନୀ ରାଧାମଣି ମହାନ୍ତି ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ଦେହତ୍ୟାଗ କରିବା ପରେ ତାଙ୍କ ପରିବାର ପକ୍ଷରୁ ମୃତଶରୀରକୁ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଶରୀର ସର ନା (ଆନାଟୋମି) ବିଭାଗରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ଦାନ କରାଯାଇଛି ।














