ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗାଈ ବାବା ଭାବରେ ବହୁ ପରିଚିତ ସିଦ୍ଧଯୋଗୀ ପ୍ରହଲ୍ଲାଦ ମହାରାଜ ଙ୍କ ମହାପ୍ରୟାଣ ଦିବସ ତାଙ୍କର ଅଠାନ୍ତର ସ୍ଥିତ ସମାଧି ପୀଠ ଠାରେ ଯଥାରୀତି ପାଳିତ ହୋଇଛି।ଏହି ଉପଲକ୍ଷେ ପୂଜାପାଠ ହୋମ ଆଦି ସହିତ ଅଷ୍ଟପ୍ରହର ନାମଯଜ୍ଞ ସଂକୀର୍ତ୍ତନରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ଥିଲେ।ସାଧନାରେ ସିଦ୍ଧି ଲାଭ କରିଥିବା ଗାଈ ବାବା ପରବର୍ତ୍ତୀ ସମୟରେ ଗାୟତ୍ରୀ ବାବା ଭାବରେ ପରିଚିତ ହେଲେ।

ସାଧନା ରେ ଲିପ୍ତ ରହି ଖରା ବର୍ଷା ଶୀତ କାକର ରେ ଖାଲି ଦେହରେ ଗୋଟିଏ ଅତ୍ୟନ୍ତ ଅନୁଗତ ଗାଈ ସହିତ ସର୍ବଦା ବସବାସ କରୁଥିଲେ। ତାଙ୍କର ଆଶୀର୍ବାଦ ପାଇ ବହୁ ଭକ୍ତ ଙ୍କ ର ବିଭିନ୍ନ ସମସ୍ୟା ସମାଧାନ ହୋଇ ଯାଉଥିଲ। ମହାପ୍ରୟାଣ ପରେ ତାଙ୍କର ଭକ୍ତମାନେ ତାଙ୍କ ପାଇଁ ଏକ ସୁଦୃଶ୍ୟ ସମାଧି ସ୍ଥଳ ନିର୍ମାଣ ସହିତ ଯେଉଁ ଏକ କୂପ ଉପରେ ବସି ସାଧନା କରୁଥିଲେ ତାକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରିଛନ୍ତି।
ଶହେ ରୁ ଅଧିକ ବର୍ଷ ବୟସ ରେ ତାଙ୍କର ମହାପ୍ରୟାଣ ଘଟିଥିଲା। ତାଙ୍କର ସ୍ମୃତି ରକ୍ଷା ପାଇଁ ଭକ୍ତମାନେ ପ୍ରୟାସ କରିବା ବେଳେ ପ୍ରତିବର୍ଷ ଏହି ଭାବମୟ ପରିବେଶ ସୃଷ୍ଟି କରିଥାନ୍ତି। ବାବାଙ୍କ କାର୍ଯ୍ୟରେ ବହୁ ଭକ୍ତମାନେ ଯୋଗ ଦେଇଥିଲେ ।














