ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପ୍ରସ୍ତାବିତ କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ବର୍ତ୍ତମାନ ଘନେଇଲା. ଏହି ପ୍ରକଳ୍ପ ପାଇଁ ଆନ୍ଧ୍ରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଓଡ଼ିଶାର ଗଜପତି ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି. ଏଠାରେ ସୂଚନାଯୋଗ୍ୟଯେ, ବଂଶଧାରା ନଦୀ ଉପରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ କାଟ୍ରାଗଡା ଫେଜ-୨ ପ୍ରକଳ୍ପକୁ ନେଇ ଓଡିଶା ଓ ଅନ୍ଧ୍ରକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା ବର୍ତ୍ତମାନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ର ସପକ୍ଷରେ ରାୟ ଶୁଣାଇଥିବା ନେଇ ପଡୋଶୀ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ସାଂସଦ ରାମ ମୋହନ ନାଇଡୁ ଏକ ଭିଡିଓ ମାଧ୍ୟମରେ ସୋସିଏଲ ମିଡିଆରେ ଛାଡିଥିବା ଏବେ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି।














