ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ବରଗଡ :- ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୁପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରୀଆ |ଏହି ସମୟରେ ଅନେକ ଲୋକ ମାର୍ଗଦର୍ଶନ ଅଭାବରୁ ଚିକିତ୍ସା ପାଇବାରୁ ଅବହେଳିତ ହେଉଥିବା ଖବରମାନେ ପ୍ରତିଦିନ ପ୍ରକାଶିତ ହେଉଅଛି,ଲୋକେ ଯେମିତି କୌଣସି ଜାଗାରେ ହଇରାଣ ନ ହୁଅନ୍ତୁ
ସେଥିପାଇଁ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି କର୍ମୀଙ୍କୁ ନେଇ ଏକ ୧୦ ଜଣିଆ ଦଳକୁ ନେଇ ହେଲ୍ପଲାଇନ ଜାରି କରିଛନ୍ତି l ଆପଣ ମାନେ ଏହି ମହାମାରୀ ସମୟରେ କୋଭିଡ ସମ୍ପର୍କୀୟ କୌଣସି ସମସ୍ଯା ପାଇଁ ଏହି ହେଲପଲାଇନରେ ଯୋଗଯୋଗ କରିପାରିବେ ବୋଲି କହିଛନ୍ତି ଶ୍ରୀମତୀ ଛୁରୀଆ.ବିଧାୟିକାଙ୍କ ଏହି ପ୍ରୟାସକୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି ଏହା ସମସ୍ତ ବିଧାନସଭା ମଣ୍ଡଳୀ ପାଇଁ ପ୍ରେରଣା ର ଉତ୍ସ ସାଜିବ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)