No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ପ୍ରଜ୍ଞା ପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୧ତମ ଶ୍ରାଦ୍ଧ ଉତ୍ସବ ଆସନ୍ତା ଏପ୍ରିଲ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କମିଟିର ସାଧାରଣ ସମ୍ପାଦକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି । ଜାନକୀ ବଲ୍ଲଭ ଶତବାର୍ଷିକି କମିଟିର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ,

ଆଜି ଗୁରୁବାର ପୂର୍ବାହ୍ନରେ ଜୟଦେବ ବିହାର ଠାରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ-ବର୍ଷ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ପ୍ରଫେସର ଡ. ଜୀତେନ୍ଦ୍ର ନାରାୟଣ ଦାଶ, (ଦାସ ବେନୁହୁର), ସମାଜସେବା କ୍ଷେତ୍ରରେ ପ୍ରଶାନ୍ତି ହସପିଟାଲର ଅଧ୍ୟକ୍ଷ ଡ. ବଦ୍ରୀନାଥ ପଟ୍ଟନାୟକ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ଶ୍ରୀ ବିରୁପାକ୍ଷ ତ୍ରିପାଠୀଙ୍କୁ, ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ଦିଆଯିବ ।

ଆଜିର ଆଲଚନାରେ ଚୟନ କମିଟିର ଅଧ୍ୟକ୍ଷ ପ୍ରଫେସର ଡ ବୁଦ୍ଧଦେବ ମିଶ୍ରଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ପାଇଁ ସମାଜ ସେବୀ ଶ୍ରୀମତୀ ନିବେଦିତା ଭଞ୍ଜଙ୍କୁ ଦାୟୀତ୍ୱ ଅର୍ପଣ କରାଗଲା । ଆଜିର ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାସ, ସରୋଜ ପରିଡ଼ା, ସାମ୍ବାଦିକ ରାଜେଶ ନାୟକ, ଆଲୋକ ମହାନ୍ତି, ପୁଷ୍ପରାଜ ପ୍ରଧାନ, ଆଡଭୋକେଟ ମିତ୍ରଭାନୁ ମହାପାତ୍ର, ଡାକ୍ତର ନିରଞ୍ଜନ ବିଶ୍ୱାଳ, ଡାକ୍ତର ବିଭୁତି ଭୂଷଣ ଜେନା, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

No Result
View All Result