ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ବାରିପଦା :- ମହାମାରୀ କରୋନା ସଂକ୍ରମଣ ବଢୁଥିବାରୁ ବାରିପଦା ସହରକୁ ଆସନ୍ତା କାଲିଠାରୁ ୭ ଦିନ ବନ୍ଦ ରଖିବାକୁ ବିଭିନ୍ନ ନାଗରିକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି । ବାରିପଦାର ଯୁବ ସଂଗଠନ, ବ୍ୟବସାୟୀ ସଂଘ, ବଣିକ ସଂଘ, ଓକିଲ ସଂଘ ସହର ବନ୍ଦ ରଖିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ଆସନ୍ତାକାଲିଠାରୁ ୩ ତାରିଖ ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁମତି ଦେବାକୁ ସଂଗଠନ ଗୁଡ଼ିକ ପ୍ରଶାସନକୁ ନିବେଦନ କରିଛନ୍ତି ।
ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସଂଗଠନ କହିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । ଏବେ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ୭୫୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯୯୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୧୪୮୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି । ( ଦୀପ୍ତିମାନ ପତି / ମୟୁରଭଞ୍ଜ )